କଦମପଡ଼ା ଶିଶୁମନ୍ଦିରରେ ଜିଲ୍ଲାସ୍ତରୀୟ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ
ବଲାଙ୍ଗୀର, ୩୧ ଅକ୍ଟୋବର(ହି.ସ.) – ଗତ ତା୩୦/୧୦/୨୫ରିଖ ଗୁରୁବାର ଦିନ ବଲାଙ୍ଗୀର ସ୍ଥିତ କଦମପଡାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲାସ୍ତରୀୟ ବିଦ୍ୱତ୍ ପରିଷଦ ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୱତ ପରିଷଦ୍‌, ଶିକ୍ଷାବିକାଶ ସମିତି,ଓଡିଶାର ପ୍ରାନ୍ତ ସଂଯୋଜକ ଅଶ୍ୱିନୀ କୁମାର ନ
କଦମପଡା ଶିଶୁମନ୍ଦିରରେ ଜିଲ୍ଲା‌ସ୍ତରୀୟ ବିଦ୍ବତ୍  ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ


କଦମପଡା ଶିଶୁମନ୍ଦିରରେ ଜିଲ୍ଲା‌ସ୍ତରୀୟ ବିଦ୍ବତ୍  ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ


କଦମପଡା ଶିଶୁମନ୍ଦିରରେ ଜିଲ୍ଲା‌ସ୍ତରୀୟ ବିଦ୍ବତ୍  ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ


ବଲାଙ୍ଗୀର, ୩୧ ଅକ୍ଟୋବର(ହି.ସ.) – ଗତ ତା୩୦/୧୦/୨୫ରିଖ ଗୁରୁବାର ଦିନ ବଲାଙ୍ଗୀର ସ୍ଥିତ କଦମପଡାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲାସ୍ତରୀୟ ବିଦ୍ୱତ୍ ପରିଷଦ ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୱତ ପରିଷଦ୍‌, ଶିକ୍ଷାବିକାଶ ସମିତି,ଓଡିଶାର ପ୍ରାନ୍ତ ସଂଯୋଜକ ଅଶ୍ୱିନୀ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମବେତ ସଙ୍ଗୀତ ଶ୍ରୀମୟୀ ପଣ୍ଡା, ଦୀପନ୍ୱିତା ଦାଶ୍‌, ପ୍ରତ୍ୟୁଷ ତ୍ରିପାଠି ଓ ଅବିନାଶ ପଣ୍ଡା ପରିବେଷଣ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ କରିଥିବା ବେଳେ ସଂଯୋଜନା ଗୁରୁମା ମମତା ଭୋଇ କରିଥିଲେ। ଏହି କାର୍ଯ୍ୟକ୍ରମରେ ୮୨ଜଣ ସମାଜର ବିଭିନ୍ନ ବର୍ଗର ବିଦ୍ୱାନମାନେ ସଭ୍ୟରୂପେ ଯୋଗଦାନ କରିଥିଲେ। ପ୍ରଥମେ ଉକ୍ତ ପରିଷଦର ସଭ୍ୟ ମାନଙ୍କ ମଧ୍ୟରେ ରାମଚନ୍ଦ୍ର ବିଶ୍ୱାଳ, ରାମଚନ୍ଦ୍ର ପଟେଲ, ଝାରୁ ମେହେର ତଥା ସୂଜିତ କୁମାର ଶତପଥି ଆଦି କୁଟୁମ୍ବ ପ୍ରବୋଧନ, ସ୍ୱବୋଧ, ସାମାଜିକ ସମରସତା, ପର୍ଯ୍ୟାବରଣ ଓ ନାଗରିକ କର୍ତବ୍ୟ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ପଂଚ ପରିବର୍ତନ ଉପରେ ଗୁରୁତ୍ୱ ଦେଇ ବିଶେଷ ଆଲୋଚନା କରିଥିଲେ। ମଂଚାସୀନ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ସଭାପତି ଡ.ଭବାନୀ ଶଙ୍କର ପଟେଲ, ଜିଲ୍ଲା ପ୍ରମୁଖ ରାମକୁମାର ମିଶ୍ର,ସଂଭାଗ କୋଷାଧ୍ୟକ୍ଷ ଦତାନନ୍ଦ ପଣ୍ଡା, ନିରୀକ୍ଷକ ଦକ୍ଷିଣ ପଶ୍ଚିମ ସମ୍ଭାଗ ପ୍ରକାଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ। ଶେଷରେ ସଭାପତି ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ଗୁରୁଜୀ ତ୍ରିଲୋଚନ ଦାଶ୍‌,ନିରୋଜ ଥାଟି ଓ ଶିବ ପ୍ରସାଦ ଶତପଥୀଙ୍କ ସହଯୋଗରେ ସଫଳତା ସହ ସଂପୂର୍ଣ୍ଣ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande