
କେନ୍ଦୁଝର, ୩୧ ଅକ୍ଟୋବର(ହି.ସ.) – ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଣ ପାହାଡ଼ ଘେରା ଆଦିବାସୀ ଗ୍ରାମ ବଣ ଚକୁଳିଆ ନିକଟବର୍ତୀ ମୁଷଳ ନଦୀରେ ସୃଷ୍ଟି ହୋଇଥିବା ଗୁଣ୍ଡିଚା ଘାଗି ଜଳ ପ୍ରପାତର ପରିଚାଳନା ଭାର ଘରୋଇ ହାତରେ ଟେକିଦେବାପାଇଁ ଟେଣ୍ଡର କରାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ଲ୍ରକାଶଯେପର୍ଯ୍ୟଟକ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରା ଯାଇଥିବା ବେଳେ ପେପର କ୍ରୟ ନଭେମ୍ବର ମାସ ୮ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ତାରିଖରେ ଶେଷ ହେବାକୁ ନିର୍ଦେଶ ଅଛିଏହାକୁନେଇ ଗତ ୨୦ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଗୁଣ୍ଡିଚା ଘାଗି ଉନ୍ନୟନ ପରିଷଦ ତୀବ୍ର ସସନ୍ତୋଷ ପ୍ରକାଶ କରିଛି ଏହି ଜଳ ପ୍ରପାତ ନିକଟରେବସବାସ କରୁଥିବା ଆଦିମ ଜନ ଜାତି ମୁଣ୍ଡା ସାମ୍ପ୍ରଦାୟର ଲୋକମାନେ ଶ୍ରମଦନ ସହ ଗୁଣ୍ଡିଚା ଘାଗି ଉନୟନ ସମାଜ ଗଠନକରି ଏହାର ପରିଚାଳନା କରି ଆସୁଥିଲେ ବିଶେଷକରି ଡିସେମ୍ବର ମାସ ୨୫ତାରିଖରୁ ନୂଆ ବର୍ଷ ପର୍ଯ୍ୟନ୍ତ ଗୁଣ୍ଡିଚା ଘାଗି ମହୋତ୍ସବ କରି ଏହାର ପ୍ରଚାର ପ୍ରସାର କରି ୧୯୮୦ମସିହାରୁ ଲୋକଲୋଚନକୁ ଆଣିବାରେ ମୁକୁନ୍ଦପୁର ପାଟଣା ଗ୍ରାମ. ପଂଚାୟତ ଭୂମିକା ଅତୁଳ ନୀୟ ତେଣୁ ବିଭାଗୀୟ ପକ୍ଷରୁ ଟେଣ୍ଡର ବାତିଲ କରାଯାଇ ପଂଚାୟତକୁ ହସ୍ତାନ୍ତର କରାଯିବାକୁ ଅଂଚଳ ବାସି ଦାବିକରିଛନ୍ତି
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ