
କେନ୍ଦୁଝର, ୩୧ ଅକ୍ଟୋବର(ହି.ସ.) – ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ଟାଙ୍କଯୋଡ଼ା ଗ୍ରାମର ଲୋକନାଥ ପରିଡ଼ାଙ୍କ ପୁଅ ପଙ୍କଜ ପରିଡ଼ା(ଟୁନା) ଗିରଫ କରି କୋର୍ଟ ଚାଲାଣ କରିଛି ପଣ୍ଡା ପଡ଼ା ପୋଲିସ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବେଗୁନାପଶି ଗ୍ରାମର ଦୀପ୍ତିମୟୀ ବେହେରାଙ୍କୁ ୨୦୧୯ ମସିହାରେ ବୈଦିକ ନୀତିରେ ବିବାହ କରିଥିଲେ। ମୃତ ଦୀପ୍ତିମୟିଙ୍କ ମା ଥାନାରେ ଝିଅକୁ ମାରି ଟାଙ୍ଗୀ ଦେଇଥିବା ଅଭିଯୋଗ କରିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରିଥିଲେ। ପଣ୍ଡାପଡା ଥାନା ଅଧୂକାରୀ ଘଟଣାସ୍ଥଳକୁ ଯାଇ ପଙ୍କଜ ପରିଡ଼ାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ଶ୍ରୀମତୀ ରାଧିକା ରାଣୀ ବେହେରା (୫୫), ପତି-କୁଳମଣି ବେହେରା, ଗ୍ରାମ- ବେଗୁନାପାଶି, ପୋଷ୍ଟ-ଖୁନ୍ଥାପିଙ୍ଗୁ, ଥାନା– ତୁରୁମୁଙ୍ଗା, ଜିଲ୍ଲା– କେନ୍ଦୁଝର ମହିଳା ଜଣେ ଲିଖୂତ ଅଭିଯୋଗ ସହିତ ଥାନାରେ ଉପସ୍ଥିତ ହୋଇ ଜଣାଇଲେ ଯେ, ତାଙ୍କ ଝିଅ ଦୀପ୍ତିମୟୀଙ୍କ ବିବାହ ଶ୍ରୀ ଲୋକନାଥ ପରିଡାଙ୍କ ପୁଅ, ଟଙ୍କାଜୋଡା ଗ୍ରାମ ଅନୁର୍ଗତ ପଣ୍ଡାପାଡା ଥାନା ଅଧୀନ, ଟୁନା ପରିଡା ସହ ଜୁନ୍ ୨୦୧୯ ମାସରେ ବୈଦିକ ରୀତିରେ ହୋଇଥୁଲା । ଗତ ବୁଧବାର ରାତି ତା ୨୯.୧୦.୨୦୨୫ ରିଖରେ ଟୁନା ପରିଡା ତାଙ୍କ ଝିଅଙ୍କୁ ହତ୍ୟ କରି ଝୁଲାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗ ଆଧାରରେ, ପଣ୍ଡାପାଡା ଥାନା ଇନ୍ସପେକ୍ଟର ଇଚାର୍ଜ ମହୋଦୟ ପଣ୍ଡାପାଡା ପି.ଏସ. କେସ୍ରେ ରେଜିଷ୍ଟର କରି, ଏହି ମାମଲାର ତଦନୁ ପାଇଁ ଉପ-ନିରୀକ୍ଷକ ଶ୍ରୀ ଏସ.ଭି. ପ୍ରଧାନଙ୍କୁ ନିଯୁକ୍ତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA