ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଏବଂ ସର୍ଦାର ପଟେଲଙ୍କ ଜୟନ୍ତୀ ପାଳନ କଲା ଜିଲ୍ଲା କଂଗ୍ରେସ
କେନ୍ଦୁଝର, ୩୧ ଅକ୍ଟୋବର (ହି.ସ.) - ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ୪୧ ତମ ତିରୋଧାନ ଦିବସ ଏବଂ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନରେ ପାଳନ କରାଯାଇଛି। ମହାପୁରୁଷ ମାନ
ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଏବଂ ସର୍ଦାର ପଟେଲଙ୍କ ଜୟନ୍ତୀ ପାଳନ କଲା ଜିଲ୍ଲା କଂଗ୍ରେସ


କେନ୍ଦୁଝର, ୩୧ ଅକ୍ଟୋବର (ହି.ସ.) - ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ୪୧ ତମ ତିରୋଧାନ ଦିବସ ଏବଂ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନରେ ପାଳନ କରାଯାଇଛି। ମହାପୁରୁଷ ମାନଙ୍କୁ ପୁଷ୍ପମାଲ୍ୟ କରିବା ପରେ ସ୍ମୃତି ଚାରଣ କରାଯାଇଥିଲା। ଇନ୍ଦିରା ଗାନ୍ଧୀ ଓ ସର୍ଦ୍ଦାର ପଟେଇଙ୍କ ଦେଶ ପ୍ରତି ଅବଦାନ, ତ୍ୟାଗ ଓ ବଳିଷ୍ଠ ଦକ୍ଷତାକୁ ଆଜି ବି ଭୁଲି ପାରିବେ ନାହିଁ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ପିସିସି ସଦସ୍ୟ ଲଳିତ ମୋହନ ନାୟକ, ସଦର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତ, ସଦର ବ୍ଲକ କଂଗ୍ରେସ ସଭାପତି ଉତମ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ରତ୍ନାକର ଜେନା, ସୁଢଳ କୁମାର ସେଠି, ରଘୁନାଥ ପାତ୍ର, କ୍ଷୀରୋଦ ପାତ୍ର, ଦିନେଶ ରାଉତ, ପୂର୍ଣ୍ଣଚନ୍ଦ୍ର ଦାସ, ମହିଳା କଂଗ୍ରେସ ନେତ୍ରୀ ସବିତା ସାହୁ, ଯୁବ କଂଗ୍ରେସ ନେତା ସନତ ପାଢ଼ୀ, ଆନନ୍ଦ ଚରଣ ମାଝୀ, ଅମିତ କୁମାର ରାଉତ ଓ ବ୍ୟାସଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande