

ମାଲକାନଗିରି,୩୧ ଅକ୍ଟୋବର (ହି.ସ.)ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଲୌହ ମାନବ ସର୍ଦାର ବଲ୍ଲଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ସହ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ପଡିଆ ପୋଲିସ ପକ୍ଷରୁ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଡିଆ ମୁଖ୍ୟ ବଜାରରେ ଥିବା ରାମ ମନ୍ଦିର ଛକଠାରୁ ପଡିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ ପ୍ରାୟ ଦୁଇ କିମି ଦୂରତାର ଗଣ ଦୌଡ ଅନୁଷ୍ଠିତ କରାଯାଇଛି। ଏହାପରେ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଲୌହମାନବ ସର୍ଦାର ବଲ୍ଲଭାଇ ପଟେଲ ଆତ୍ମଜୀବନୀ, ସ୍ଵାଧୀନତା ସଂଗ୍ରାମରେ ତାଙ୍କ ଅବଦାନ, ସ୍ୱାଧୀନୋତ୍ତର ଭାରତ ଗଠନରେ ତାଙ୍କ ବଳିଷ୍ଠ ଅବଦାନ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଏଥିସହ ସରଦାର ବଲ୍ଲଭଭାଇ ପଟେଲ ସ୍ଵାଧୀନୋତ୍ତର ଭାରତର ଗଡ଼ଜାତ ରାଜ୍ୟ ଗୁଡିକୁ ସଙ୍ଗଠିତ କରି ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେ ଚିର ସ୍ମରଣୀୟ ବୋଲି କୁହାଯାଇଛି। ପଡିଆ ଥାନା ଅଧିକାରୀ ଡିଏସପି ରା ମେଶ୍ଵର ପ୍ର ଧାନ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଡଃ ଏନ୍ ରାଘବ ରାଓ, ଏମଡି ଫାରୁକ୍, କୋଟାମ ବାଲାୟା ପ୍ରମୂଖ ଉପସ୍ଥିତ ଥିଲେ। ପଡିଆ ପୋଲିସ ଓ ବିଏସଏଫ ପକ୍ଷରୁ
ଅପରାହ୍ଣ ସମୟରେ ଭେଞ୍ଚନପଲ୍ଲୀ ଗ୍ରାମରେ ସାର୍ବଜନିନ ବୈଠକ କରାଯାଇ ବକ୍ତୃତା ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପଡିଆ ଥାନା ଏସଆଇ ନିରୋଦ କୁମାର ବାଘ, ଏଏସଆଇ ଅନିଲ କୁମାର ମିଶ୍ର, ଏଏସ୍ଆଇ କେଶବ ଭତ୍ରା ପ୍ରମୁଖ ପରିଚାଳନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ