ନଭେମ୍ବର ୧ରୁ ମାଛଧରା ବନ୍ଦ,ଅଲିଭ ରିଡଲେଙ୍କ ମିଳନକୁ ଅପେକ୍ଷା
ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ନଭେମ୍ବର ପହିଲାରୁ ମଇ ମାସ ୩୧ ତାରିଖ ଦୀର୍ଘ ୭ମାସ ସମୁଦ୍ରକୁ ମତ୍ସ୍ୟଜିବୀଙ୍କୁ ଯାତାୟତ ମନା ଏହା କେବଳ କାଗଜପତ୍ରରେ ସିମୀତ ହୋଇ ରହିନାହିଁ ଏହା ହେଉଛି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିଷ୍ପତି। ଏହି ଆଇନକୁ ବେଖାତିର କଲେ ଆର୍ଥିକ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବେ
NOVEMBER 1 RU MACHADHARA BANDH - OLIVE RIDEL


ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ନଭେମ୍ବର ପହିଲାରୁ ମଇ ମାସ ୩୧ ତାରିଖ ଦୀର୍ଘ ୭ମାସ ସମୁଦ୍ରକୁ ମତ୍ସ୍ୟଜିବୀଙ୍କୁ ଯାତାୟତ ମନା ଏହା କେବଳ କାଗଜପତ୍ରରେ ସିମୀତ ହୋଇ ରହିନାହିଁ ଏହା ହେଉଛି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିଷ୍ପତି। ଏହି ଆଇନକୁ ବେଖାତିର କଲେ ଆର୍ଥିକ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବେ ବୋଲି ମଧ୍ୟ ଘୋଷଣା ନାମା ଜାରୀ ହୋଇଅଛି । ପ୍ରାପ୍ତ ଖବରରୁ ଜଣାଯାଇଛି ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ଅଲିଭରିଡଲେ କଇଁଛଙ୍କ ମିଳନ ଏବଂ ଗଣଅଣ୍ଡାଦାନ ପାଇଁ ରାଜ୍ୟର ୪ଟି ଜିଲ୍ଲାର ଉପକୂଳ ଅଂଚଳ ଏବଂଭିତରକନିକା ଅଭୟାରଣ୍ୟ ର ୨୦କି.ମି ବ୍ୟାସାର୍ଦ୍ଧ ମଧ୍ୟରେ କୌଣସି ଯାନ୍ତ୍ରିକ ଭୁଟୁଭୁଟି , ଟ୍ରଲର , ଗିଲନେଟ ପ୍ରଭୃତି ମାଛ ଧରାରୁ ନିବୃତ ରହିବେ। ଏହି ନିୟମ କେବଳ କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା,ଧାମରା,ଦେବୀନଦୀ ଏବଂ ରୁଷିକୁଲ୍ୟା ମହାଣ ପାଇଁ ପ୍ରଜୁଜ୍ୟ। ଏହି ସମସ୍ତ ଅଂଚଳରେ ମାଛଧରା ସଂପୂର୍ଣ ବେଆଇନ ବୋଲି ସରକାର ଘୋଷଣା କରିଥିବା ବେଳେ ଏହି ନିୟମକୁ କଡାକଡି ଭାବେ ଭାରତୀୟ ତଟରକ୍ଷୀ ବାହିନୀ ,ଭାରତୀୟ ନ୍ୟାଭି ଏବଂ ରାଜ୍ୟ ବନବିଭାଗ ଓ ପୁଲିସ ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ମଧ୍ୟ ଏହି ନିୟମରେ ଉଲ୍ଲେଖ ଅଛି। ଏଥିସହ କେନ୍ଦ୍ର ପ୍ରତିରକ୍ଷା ବିଭାଗ,ଧାମରା ବନ୍ଦର କର୍ତୁପକ୍ଷ,ଗୋପାଳପୁର ଏବଂ ପାରାଦ୍ୱୀପ ବନ୍ଦର କର୍ତୁପକ୍ଷ ଏହି ସମସ୍ତ ନିଷିଦ୍ଧାଚଂଳରେ ଅତି ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା ଥିଲେ ତାହା ବନ୍ଦ କରିବାକୁ ନିର୍ଦେଶ ମଧ୍ୟ ଦିଆଯାଇଛି। ସମସ୍ତ ବନ୍ଦର କର୍ତୁପକ୍ଷ ,ପ୍ରତିରକ୍ଷା ବିଭାଗ ଅଲିଭରିଡେଲଙ୍କ ମିଳନ ଏବଂ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ମଧ୍ୟ ଏହି ନିର୍ଦେଶନାମା ଦିଆଯାଇଛି। ଅଲିଭରିଡଲେଙ୍କ ମିଳନ ,ଅଣ୍ଡାଦାନ ଏବଂ ଏହି ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ଅଭିମୁଖେ ଯିବା ପର୍ଯ୍ୟନ୍ତ ବନବିଭାଗ ତରଫରୁ ୬୧ଟି ସ୍ଥାନରେ ପେଟ୍ରୋଲିଂ କ୍ୟାମ୍ପ କରାଯିବ। ଏଥିସହ ରାଜନଗର,ଭଦ୍ରକ ପୁରୀ ଏବଂ ବ୍ରହ୍ମପୁର ଠାରେ ଥିବା ୪ଟି ବନ୍ୟପ୍ରାଣୀ ଡିଭିଜନକୁ୫ଟି ହାଇସ୍ପିଡ ବୋଟ,୧୩ଟି ଟ୍ରଲର ଏବଂ ଆନୁଷଙ୍ଗିକ ଯନ୍ତ୍ରପାତି ଯୋଗାଇ ଦିଆଯିବା ସହ ସମୁଦ୍ର ପଥରେ କଇଁଛ ମାନଙ୍କୁ ଗତିବିଦ୍ଧିକୁ ନଜର ଏବଂ ସେମାନଙ୍କ ଯାତାୟତରେ ବାଧା ସୃଷ୍ଟି ନକରିବା ପାଇଁ ୫ଟି ସାମୁଦ୍ରିକ କ୍ୟାମ୍ପ କରାଯିବ। ୭ମାସ ପାଇଁ ମାଛଧରା ସଂପୂର୍ଣ ବନ୍ଦ କରାଯାଇଥିବା ବେଳେ ଏହି ସମୟ ମଧ୍ୟରେ ସୁଦୂର ଅଷ୍ଟ୍ରେଲିଆରୁ ଆସୁଥିବା ଏହି ଅଲିଭରିଡଲେ କଇଁଛ ମାନଙ୍କର ମିଳନ ପରେ ଗଣ ଅଣ୍ଡାଦାନ ଏବଂ ପରେ ଅଣ୍ଡାରୁ ଛୁଆ ହୋଇ ସମୁଦ୍ର ମଧ୍ୟକୁ ପ୍ରସ୍ଥାନ ଅର୍ନ୍ତଭୁକ୍ତ।ଏହି ୭ମାସ ମଧ୍ୟରେ ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା,ଗଞାମ ଜିଲ୍ଲାର ରୁଷିକୁଲ୍ୟା ମୁହାଣ,ପୁରୀ ଜିଲ୍ଲାର ଦେବୀ ନଦୀ ମୁହାଣ ଏବଂ ଭଦ୍ରକ ଜିଲ୍ଲାର ଧାମରା ନଦୀ ମୁହାଣ ଅନ୍ୟତମ ସ୍ଥାନ। ଏହି ସମୟ ମଧ୍ୟରେ ଏହି ସମସ୍ତ ଅଂଚଳରେ ମାଛଧରା ବନ୍ଦ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ଧାମରା,ଚୁଡାମଣୀ,କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ,ପାରାଦ୍ୱୀପ,ପୁରୀ ଜିଲ୍ଲାର ଅସ୍ତରଙ୍ଗ ଏବଂ ଗଞାମ ଜିଲ୍ଲାର ଗୋପାଳପୁର ଅଂଚଳର ହଜାର ହଜାର ଟ୍ରଲର ଏବଂ ମାଛଧରା ଯନ୍ତ୍ରଚାଳିତ ଡଙ୍ଗା ଉପରେ ନିର୍ଭର କରି ଚଳୁଥିବା କ୍ଷୁଦ୍ର ଏବଂ ନାମକୁ ମାତ୍ର ମତ୍ସ୍ୟଜିବୀ ନ ିଜର ଜିବୀକା ହରାଇବେ। ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେବାକୁ ସମସ୍ତ ମତ୍ସ୍ୟଜିବୀଙ୍କ ପରିବାର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଗୋଟିଏ ଗୋଟିଏ ଅଲିଭରିଡଲେ କଇଁଛ ୧୨୦-୧୫୦ଟି ଅଣ୍ଡା ଦେଉଥିବା ବେଳେ ଏହି ଅଣ୍ଡା ଗୁଡିକ ଫୁଟି ଛୁଆ ହେବା ପାଇଁ ୪୫-୬୦ ଦିନ ସମୟ ଲାଗିଥାଏ। ସମୁଦ୍ରକୁ ଫେରୁଥିବା ଏହି କଇଁଛ ମାନଙ୍କ ଶାବକ ଗୁଡିକ ପ୍ରଜଜନ କ୍ଷମ ହେବା ବହୁ କଷ୍ଟସାଧ୍ୟ ହୋଇ ପଡିଥିବା ବେଳେ ୧ହଜାର ଶାବକ ମଧ୍ୟରୁ ଗୋଟିଏ ଶାବକ ବଂଚିରହିଥାଏ ବୋଲି ବିଭାଗୀୟ କର୍ତୁପକ୍ଷଙ୍କ ଠାରୁ ପ୍ରକାଶ।ଏହି ନିଷିଦ୍ଧାଚଂଳକୁ କୌଣସି ଟ୍ରଲର କିମ୍ବା ଯାନ୍ତ୍ରିକ ଭୁଟୁଭୁଟି ପ୍ରବେଶ କଲେ ସରକାରଙ୍କ ଦ୍ୱାରା ନିର୍ମିତ ମୋବାଇଲ ଆପ ମାଧ୍ୟମରେ ଏହା ସଂପୃକ୍ତ ବୋଟର ମାଲିକ ତଥା ମାଝୀ ମାନଙ୍କୁ ଅବଗତ କରାଇବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande