
କେନ୍ଦୁଝର, 31 ଅକ୍ଟୋବର (ହି.ସ.)
ଆଜି ଘଟଗାଁ ଥାନା ତରଫରୁ ମହାନ ସ୍ବାଧୀନତା ସଂଗ୍ରାମୀ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଘଟଗାଁ ଥାନା ଅଧୂକାରୀ ଶୁଭ୍ରାଂନୁ କୁମାର ଜେନାଙ୍କ ଆବାହକତ୍ୱ ଓ ପରିଚାଳନାରେ ଥାନାର ସମସ୍ତ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ପରସ୍ପର ମଧ୍ଯରେ ସୁସମ୍ପର୍କ, ଏକତା, ବିଶ୍ବାସ, ଭଲପାଇବା ଭିତରେ ବଞ୍ଚିବା ସହିତ ରାଷ୍ଟ୍ରର ସୁରକ୍ଷା ଓ ସମ୍ମାନକୁ ବଜାୟୀ ରଖୂବାକୁ ସର୍ବସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ହାତରେ ବ୍ୟାନର ପ୍ଲାକାର୍ଡ ଧରି ଏକ ସଚେତନତା ରାଲିରେ ଥାନାରୁ ବାହାରି ଷ୍ମାଡିୟମ୍ ପର୍ଯ୍ୟନ୍ତ ଚାଲିଚାଲି ସମସ୍ତେ ଯାଇଥିଲେ। ସେଠାରେ ତାରିଣୀ ଠାକୁରାଣୀ ବାଳକ ବିଦ୍ୟାପୀଠରେ ଥାନା ଅଧିକାରୀ ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ଉପରେ ଆଲୋକପାତ କରିଥିଲେ। ତେବେ ଆଜିର ଏହି କାର୍ଯ୍ୟକ୍ରମ ସର୍ବ ସାଧାରଣରେ ଖୁବ ଆଦୃତ ହୋଇଥୂଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA