ନୂତନ ବ୍ଲକ ଗଠନ ନିମିତ୍ତ ପ୍ରସ୍ତାବ ସମନ୍ଧିୟ ସ୍ମାରକ ପ‌ତ୍ର ପ୍ରଦାନ
କେନ୍ଦୁଝର, 31 ଅକ୍ଟୋବର (ହି.ସ.) ପୁର୍ବତନ ସାଂସଦ ପ୍ରତିନିଧୂ ଶ୍ରୀ ରାଜକିଶୋର ବାରିକଙ୍କ ନେତୃତ୍ବରେ ଏକ ପ୍ରତିନିଧୂଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଅଭିଯୋଗ ଅଧୂକାରୀଙ୍କୁ ନୂତନ ବ୍ଲକ ଗଠନ ନିମିତ୍ତ ପ୍ରସ୍ତାବ ସମନ୍ଧିୟ ସ୍ମାରକ ପ‌ତ୍ର ପ୍ରଦାନ କରାଯାଇଅଛି। ହରିଚନ୍
ନୂତନ ବ୍ଲକ ଗଠନ ନିମିତ୍ତ ପ୍ରସ୍ତାବ ସମନ୍ଧିୟ ସ୍ମାରକ ପ‌ତ୍ର ପ୍ରଦାନ


କେନ୍ଦୁଝର, 31 ଅକ୍ଟୋବର (ହି.ସ.) ପୁର୍ବତନ ସାଂସଦ ପ୍ରତିନିଧୂ ଶ୍ରୀ ରାଜକିଶୋର ବାରିକଙ୍କ ନେତୃତ୍ବରେ ଏକ ପ୍ରତିନିଧୂଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଅଭିଯୋଗ ଅଧୂକାରୀଙ୍କୁ ନୂତନ ବ୍ଲକ ଗଠନ ନିମିତ୍ତ ପ୍ରସ୍ତାବ ସମନ୍ଧିୟ ସ୍ମାରକ ପ‌ତ୍ର ପ୍ରଦାନ କରାଯାଇଅଛି।

ହରିଚନ୍ଦନପୁର ବ୍ଲକର ୬ ଗୋଟି ଗ୍ରାମପଞ୍ଚାୟତ-ଜୁଙ୍ଗା, ବକ୍ସିବାରିଗାଁ, ତେନ୍ତେଳାପଶି, ଜଙ୍ଘିରା, ବୁଢାଖମଣ ଓ ହୁଣ୍ଡା ଘଟଗାଁର ୯ଟି ଗ୍ରାମପଞ୍ଚାୟତ ବିନିଦା, ପଟିଲୋ, ପଣ୍ଡାପଡା, ବଳଭଦ୍ର ପୁର, ସୁନାଟାଙ୍ଗିରି, ବସନୃପୁର, ବଡପିଛୁଳା, ରୁଟିଶିଳା, ପୁରୁମୁଣ୍ଡା ଓ ବାଉଁଶପାଳ ବ୍ଲକ ଅନ୍ତର୍ଗ ବାରହାଗଡ ଗ୍ରାମପଞ୍ଚାୟତ, ଗୋନାସିକା ଗ୍ରାମପଞ୍ଚା ରାଇଡିହା, ଜନ୍ମାରୀ, ତଳ ବୈତରଣୀ ଓ କୋଡିପଶା ଗ୍ରାମପଞ୍ଚାୟତ ର କୁଣ୍ଡେଇ, ତଳ କଂସ, ଦୁଆର ଶୁଣି, ତୋରାଣିପାଣି, ଘୁଙ୍ଗି ଗାଁର ବୁଦ୍ଧିଜୀବୀ, ପଞ୍ଚାୟତ ୟତ ରାଜ ପ୍ରତିନିଧୂଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ସରକାରଙ୍କ ନୂତନ ବ୍ଲକ ପୁର୍ନଗଠନ ପ୍ରସ୍ତାବ ଦିଆଯାଇ ଅଛି। ଆଦିବାସୀ ବହୁଳ ଜିଲ୍ଲାରେ ଏହି ୧୮ ଗୋଟି ଅବହେଳିତ ଅପହଞ୍ଚ ତଥା ବିକାଶ ଆଢୁଆଳ ରେ ରହିଯାଇ ଥୂବା ଗ୍ରାମପଞ୍ଚାୟତ ଗୁଡିକୁ ନେଇ ଏକ ନୂଆ ବ୍ଲକ ଗଠନ ନିମିତ୍ତ ପ୍ରସ୍ତାବ ଗୃହିତ କରାଯାଇ ଥିଲା। ଏବଂ ସରକାରଙ୍କ ଦୃଷ୍ଟିଆକଷଣ ପାଇଁ ଏକ ସାମୁହିକ ଦରଖାସୁ ଦିଆଯିବାର ନିଷ୍ପତ୍ତି ଗ୍ରହଣ କରାଯାଇ ଥୂଲା। ନୂତନ ବ୍ଲକ ଗଠନ ନିମିତ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସରକାରଙ୍କ ଦୃଷ୍ଟିଆକଷଣ କରାଗଲେ ଉପାନ୍ତ ଅଞ୍ଚଳର ଆଦିବାସୀ ଓ ପଛୁଆ ବର୍ଗ ର ଜନସାଧାରଣ ସରକାରଙ୍କ ଜନହିତକର ଯୋଜନାର ଲାଭ ମିଳିପାରିବ ବୋଲି ଶ୍ରୀ ରୁଦ୍ର ସେନ ଜିତ, ଭରତ ଚନ୍ଦ୍ର ନାଏକ, ତ୍ରିଲୋଚନ ପାତ୍ର, ଗୁରୁଚରଣ ନାଏକ, ନିଶାକର ମହାନୁ, ବିଦ୍ୟାଧର ନାଏକ, ବିରଞ୍ଚିନାରାୟଣ ଭୂଳୁଗାୟା, ଲକ୍ଷ୍ମଣ ମହାନ୍ତି, ଆର୍ତ୍ତତ୍ରାଣ ବେହେରା, ନରେନ୍ଦ୍ର ନାଏକ, ମନୋଜ କୁମାର ପଟେଲ, ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande