



ସମ୍ବଲପୁର/ନୁଆପଡା, ୩୧ ଅକ୍ଟୋବର (ହି.ସ.) - ଆଜି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବଞ୍ଜରୀ ମଣ୍ଡଳ ଅନ୍ତର୍ଗତ କାଣ୍ଡେତରା ପଂଚାୟତରେ ପଂଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ବିଧାୟକ ବାବୁ ସିଂ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ସେଠାକାର ସ୍ଥାନୀୟ ସରପଂଚ କଲ୍ୟାଣୀ ଦାସଙ୍କ ସହ ୧୧ଟି ୱାର୍ଡ ସଭ୍ୟ ଏବଂ ଅନେକ ସକ୍ରିୟ କର୍ମୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଛନ୍ତି। ନୂତନ ଭାବେ ଯୋଗଦାନ କରିଥିବା ସମସ୍ତ କାର୍ଯ୍ୟକର୍ତାଙ୍କୁ ଉତରୀୟ ଦେଇ ମନ୍ତ୍ରୀ ଶ୍ରୀ ନାୟକ ଏବଂ ବିଧାୟକ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବ ମାଧ୍ୟମରେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପରିବାର ଆହୁରୀ ଶକ୍ତିଶାଳୀ ହେଲା ଏବଂ ନୂଆ ଉତ୍ସାହ ସହ ଆଗକୁ ବଢ଼ିବାର ପ୍ରେରଣା ମିଳିଲା ବୋଲି ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।
ଲୋକଙ୍କ ପାଇଁ ଲୋକଙ୍କ ସରକାରଙ୍କ ଦ୍ୱାରା ଚାଲିଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଏହି ଅବସରରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ମନ୍ତ୍ରୀ ନିବେଦନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ