
ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ପୀରହାଟ ଥାନା ଅଂଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିଗିଡି ବାରେ ଲାଗିଛି। ସବୁ ଜାଣି ଗାନ୍ଧାରୀ ଭୂମିକା ରେ ପୀରହାଟ ଥାନା ଅଧିକାରୀଣୀ ରୋଜାଲିନ ବେହେରା। ପୋଲିସ ନାକ ତଳେ ଚାଲିଛି ଗୋମାଂସ ଓ ଗୋରୁ ଚମଡା କାରବାର । ଥାନା ଠାରୁ ମାତ୍ର କିଛି ମିଟର ଦୂରତା ହୋଇ ଥିଲେ ମଧ୍ୟ୍ୟ ପୋଲିସ ଘଟଣା ର ଟେର ପାଉନି।ସୂଚନା ମୁତାବକ ଆଜି ଦିନ ୧୦ ଘଟିକା ସମୟରେ ପୀରହାଟ ଥାନା ଅଧିନ ସନ୍ତପୁରା ଅଂଚଳରୁ ଏକ ସଂଖ୍ୟା ଲଘୁ ସମ୍ପ୍ରଦାୟ ଙ୍କ ଘରୁ ଗୋ ମାଂସ ନେଇ ଏକ ପିକପ ଆସୁଥିବା ବେଳେ ସ୍ଥାନୀୟ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ପିକପ ଗାଡିକୁ ଅଟକାଇ ଦେଖିବା ବେଳକୁ ଗାଡି ଭିତରେ ୨୦୦କେଜି ରୁ ଅଧିକ ଗୋ ମାଂସ ସହିତ ଗୋ ଚମଡା ଥିବା ଜାଣିବାକୁ ପାଇ ଗାଡିକୁ ଅଟକାଇ ରଖିଥିଲେ ଗାଡ଼ିରେ ଥିବା ଡ୍ରାଇଭର ଅଟକାଇ ପଚାରିବାରୁ ସବୁ ସତ ମାନି ଯାଇଥିଲା ଫଳରେ ସ୍ଥାନୀୟ ଲୋକେ ଉକ୍ତ ଡ୍ରାଇଭର କୁ ଉତମ ମାଧ୍ୟ୍ୟମ ଦେଇ ପୀରହାଟ ପୋଲିସ କୁ ଖବର ଦେଇଥିଲେ। ଦ୍ୱାରା ଏକ ଗାଡ଼ି ସହିତ ଡ୍ରାଇଭରକୁ ଅଟକ କରାଯାଇଥିବା ସୂଚନା ମିଳିଛି। ଗୋପନ ତଥ୍ୟ ଆଧାରରେ ଏହି ଗାଡ଼ି ମଧ୍ୟରେ ଗୋମାଂସ ଓ ଗୋରୁ ଚମଡା ଥିବା ଜଣାଯାଇଛି। ପରେ ଘଟଣା ସମ୍ପର୍କରେ ପୀରହାଟ ପୋଲିସ ପହଂଚି ଘଟଣା ର ତଦନ୍ତ କରିବା ସହିତ ଡ୍ରାଇଭର କୁ ନିଜ ହେପାଜତ କୁ ନେଇଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ପୀରହାଟ ପୋଲିସ ନାକ ତଳେ ଏଭଳି ଅବୈଧ କାରବାର ଦିନକୁ ଦିନ ଚାଲି ଆସୁଛି, କିନ୍ତୁ କୌଣସି କଡ଼ା ପଦକ୍ଷେପ ନେଉ ନାହାନ୍ତି ଥାନା ଅଧିକାରୀଣୀ ରୋଜାଲିନ ବେହେରା କେରାଣ୍ଡି ଧରି ବାଳିଆ ଛାଡି ଦେଉ ଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ଅଂଚଳ ବାସୀଙ୍କ ଅଭିଯୋଗ ପୀରହାଟ ପୋଲିସ ଜାଣିଶୁଣି ଏହି କାରବାରକୁ ଆଉ ବେଶି ପ୍ରଶୟ ଦେଉଛି।ଏହି ଘଟଣା ପରେ ଅଂଚଳରେ ତିବ୍ର ପ୍ରତିକ୍ରିୟା ଦେଖାଯାଇଛି। ଲୋକମାନେ ପୋଲିସ ଉପରେ ଅସନ୍ତୋଷ ବ୍ୟକ୍ତ କରି ତଦନ୍ତ ଦାବି କରୁଛନ୍ତି। ପୀରହାଟ ପୋଲିସ ଘଟଣାସ୍ଥଳକୁ ପହଂଚି ଗାଡ଼ି ଓ ଜବଦ ସାମଗ୍ରୀକୁ ଜବତ କରିଛି। ଅଟକ ଡ୍ରାଇଭରକୁ ପୋଲିସ ପଚାରାପଚାର କରୁଛି ଏବଂ ତାହାର ନେଟୱର୍କ ସଂପର୍କରେ ତଦନ୍ତ ଜାରି ରହିଛି।ଅଂଚଳବାସୀ ଦାବି କରୁଛନ୍ତି ଯେ, ଏହି ଅଂଚଳରେ ଗୋ ମାଂସ ଓ ଗୋରୁ ଚମଡା ଚୋରା ଚାଲାଣ ଦୀର୍ଘଦିନ ଧରି ଚାଲି ଆସୁଛି ଓ ଏହାକୁ ରୋକିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ।ଏ ବିଷୟରେ ପୀରହାଟ ଥାନା ଆଦିକାରିଣୀ ଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କିରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ