ପତ୍ନୀହନ୍ତା ସ୍ୱାମୀକୁ ୭ବର୍ଷ କାରାଦଣ୍ଡ
ବାରିପଦା, ୩୧ ଅକ୍ଟୋବର (ହି.ସ.)- ବାରିପଦା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ (୨) ଏକ ପତ୍ନୀହନ୍ତା ସ୍ୱାମୀକୁ ଦୋଷୀ ସାବ୍ୟସ୍ତ କରାଇ ୭ ବର୍ଷ କାରାଦଣ୍ଡର ରାୟ ଦେଇଛନ୍ତି । ଅତିରିକ୍ତ ଜିଲ୍ଲା ଦୌରା ଜଜ (୨) ସୁମନ କୁମାର ମିଶ୍ର ଶୁକ୍ରବାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ୭ବର୍
ପତ୍ନୀହନ୍ତା ସ୍ୱାମୀକୁ ୭ବର୍ଷ କାରାଦଣ୍ଡ


ବାରିପଦା, ୩୧ ଅକ୍ଟୋବର (ହି.ସ.)- ବାରିପଦା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ (୨) ଏକ ପତ୍ନୀହନ୍ତା ସ୍ୱାମୀକୁ ଦୋଷୀ ସାବ୍ୟସ୍ତ କରାଇ ୭ ବର୍ଷ କାରାଦଣ୍ଡର ରାୟ ଦେଇଛନ୍ତି । ଅତିରିକ୍ତ ଜିଲ୍ଲା ଦୌରା ଜଜ (୨) ସୁମନ କୁମାର ମିଶ୍ର ଶୁକ୍ରବାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ୭ବର୍ଷ କାରାଦଣ୍ଡ ଭୋଗ କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲା ବେତନଟୀ ଥାନା ଅନ୍ତର୍ଗତ ସିତୁଣ୍ଡି ଗ୍ରାମର ବାପି ବିନ୍ଧାଣି(୩୫)। ଅଭିଯୋଗ ଅନୁଯାୟୀ, ମଇନା କିସ୍କୁ ଆସାମୀ ବାପିଙ୍କୁ ଦ୍ୱିତୀୟ ବିବାହ କରି ବାରିପଦାରେ ରହୁଥିଲେ। ତେବେ କୋଣସି କାରଣ ପାଇଁ ତାଙ୍କର ବାରମ୍ବାର କଳହ ହେଉଥିଲା। ଯାହାକୁ ନେଇ ବାପି ସ୍ତ୍ରୀ ମଇନାକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲା। ଗତ ୮/୦୨/୨୦୨୪ରେ ମଇନା ମୁଣ୍ଡ ବଥା ହେବାରୁ ସ୍ୱାମୀକୁ ହସ୍ପିଟାଲ ନେବାକୁ କହିଥିଲା। କିନ୍ତୁ ସେ ହସ୍ପିଟାଲ ନେବା ପରିବର୍ତେ ଗାଳିଗୁଲଜ କରିଥିଲେ। ରାତିରେ ସେ ଘର ବାହାରେ ଚା ପ୍ରସ୍ତୁତ କରୁଥିବା ବେଳେ ବାପି ଉତକ୍ଷିପ୍ତ ହୋଇ ତାଙ୍କୁ ଜୋର ଜବରଦସ୍ତ ଘର ଭିତରକୁ ଭିଡି ନେଇ ପିଟାମରା କରିଥିଲେ। ଉକ୍ତ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତହିଁ ପର ଦିନ ସକାଳୁ ତାଙ୍କ ମା ଝିଅର ମୃତଦେହ ଘର ଭିତରେ ପଡିଥିବାର ଦେଖିବାକୁ ପାଇଥିଲେ। ଏନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାର ସମୟରେ ସାକ୍ଷୀଙ୍କ ବୟାନ, ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାକୁ ଅତିରିକ୍ତ ପିପି (ସରକାରୀ ଆଇନଜୀବୀ) ବ୍ରଜେନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande