
କନ୍ଧମାଳ , ୩୧ ଅକ୍ଟୋବର (ହି.ସ.) - ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୮ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ମାମଲାର ୧୯ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଓ ପିଡିତାଙ୍କ ବୟାନ ଆଧାରରେ ବିଚାର କରି ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଜିତୁ ପ୍ରଧାନ (୨୦) କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୨ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ତାକୁ ଆଉ ଅଧିକ ୧ ବର୍ଷ ୩ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି। ସରକାର ଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
ସୁଚନା ଅନୁସାରେ ୨୦୨୨ ମସିହା ଜୁଲାଇ ମାସ ୧୧ ତାରିଖ ତାରିଖ ରେ ସ୍ଵାମୀ ଙ୍କ ଅନୁପସ୍ଥିତି ଥିବାରୁ ୩ ମାସିଆ ଛୁଆ କୁ ଘରେ ଶୁଆଇ ଦେଇ ପିଡୀତା କୁ ଦେଖାଶୁଣା କରିବା ପାଇଁ ଜଗାଇ ଦେଇ ବିଲ କାମ କରିବା ପାଇଁ ଯାଇଥିଲା। କିଛି ସମୟ ପରେ ପଡୋଶୀ ଘରର ଅଭିଯୁକ୍ତ ଘର ଭିତରକୁ ଆସି, ପିଡୀତା ପିନ୍ଧି ଥିବା ଚଡ଼ି ଜବରଦସ୍ତି ଖୋଲି, ତଳେ ପକାଇ ବଳ ପୂର୍ବକ ଦୁଷ୍କର୍ମ କରିଥିଲା। ବିଲ କାମ ସାରି ପିଡୀତା ର ମାଆ ଘରକୁ ଫେରି ପିଡୀତା କାନ୍ଦୁ ଥିବାର ଦେଖି ପଚାରିବାରୁ ସେ ଯୌନାଙ୍ଗ ଜଳୁଛି କହି ସମସ୍ତ ଘଟଣା ବର୍ଣ୍ଣନା କରିଥିଲା। ସ୍ଵାମୀ ଫେରିବାରୁ ସମସ୍ତ ଘଟଣା ଜଣାଇ ତା'ପର ଦିନ ବ୍ରାହ୍ମଣୀଗାଁ ଥାନା ରେ ଲିଖିତ ଅଭିଯୋଗ କରିଥିଲା। ଅଭିିଯୋ ପ୍ରକାରେ ପୋଲିସ ଏକ ମାମଲା ୬୦। ୧୨.୭.୨୦୨୨ ରୁଜୁ କରି ମାମଲା ର ତଦନ୍ତ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ। ଆଜି ବିଚାରପତି ସେହି ମାମଲାର ବିଚାରଣା କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଏଥି ସହିତ ପିଡୀତା ର କ୍ଷତି ପୂରଣ ବାବଦକୁ ୫ ପାଞ୍ଚ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ