
ଜୟପୁର, ୩୧ ଅକ୍ଟୋବର (ହି.ସ.) - ଜୟପୁର ପୂଜ୍ୟପୂଜା ସଂସଦ, ଜୟପୁର ତରଫରୁ ଜୟପୁର ଜୟନଗର ପାଇକ ସାହି ସ୍ଥିତ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସ୍ମୃତି ସ୍ଥଳରେ ପ୍ରଦୀପ ପ୍ରଜ୍ୱଳନ, ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କରାଯାଇଥିଲା। ପରେ ପରେ ଗଙ୍ଗାନଗର ଛକରେ ଥିବା ସ୍ୱତନ୍ତ୍ର ଉତ୍କଳ ଗଠନରେ ଜୟପୁର ସମସ୍ଥାନ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ମିଶ୍ରଣ ର ଅନ୍ୟତମ ପୁରୋଧା ହରିହର ମିଶ୍ର ଙ୍କ ଶ୍ରାଦ୍ଧ ଦିବସ ରେ ସ୍ମୃତି ଚାରଣ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ରେ ପ୍ରସାଦ ରାଓପେଟା ଛକରେ ଶ୍ରଦ୍ଧାଞ୍ଜଳି ସଭା ଓ ପରିଶେଷରେ ଅରବିନ୍ଦ ନଗରସ୍ଥିତ ଖାଲସାହି ପାର୍କ ରେ ସ୍ୱର୍ଗତ ନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବରପୁତ୍ରମାନଙ୍କ ଗୁଣଗାନ କରାଯାଇଛି। ସଂସଦର ଉପଦେଷ୍ଟା ଇଂ କେଦାରନାଥ ବେହେରା, ଉପସଭାପତି ତପନ କିରଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି