
ଭୁବନ, ୩୧ ଅକ୍ଟୋବର (ହି.ସ.)- ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଏକତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଡ଼ ଅଧ୍ୟକ୍ଷ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏନ୍ ସି ସି , ରେଡକ୍ରସ,ସ୍କାଉଟ ଗାଇଡ ଓ ଉଭୟ ବାଜି ଛାତ୍ରାବାସ ବାଳକ ଓ ଦୃଷ୍ଟି ଛାତ୍ରାବାସ ବାଳିକାଙ୍କ ସହ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି କଲେଜ ପରିସର ସଫା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ