ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଜୟପୁର, 31 ଅକ୍ଟୋବର (ହି.ସ.) ଜୟପୁରସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ଡମ୍ବରୁଧର ଦାସଙ୍କ ତତ୍ତ୍ଵାବଧାନରେ ଆଜି ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ରାଷ୍ଟ୍ରୀୟ ଏକତା ଦିବସ ପାଳ
ରାଷ୍ଟ୍ରୀୟ ଏକତା ଦିବସ ପାଳିତ -


ଜୟପୁର, 31 ଅକ୍ଟୋବର (ହି.ସ.) ଜୟପୁରସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ଡମ୍ବରୁଧର ଦାସଙ୍କ ତତ୍ତ୍ଵାବଧାନରେ ଆଜି ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି।୧୯୪୭ର ସ୍ଵାଧୀନତା ପରେ ୫୬୦ରୁ ଅଧିକ ଗଡ଼ଜାତ ଅଞ୍ଚଳର ସମିଶ୍ରଣ ନିମନ୍ତେ ବଲ୍ଲଭ ଭାଇ ପଟେଲଙ୍କ କୃତ ସଂକଳ୍ପ ଓ ସଫଳତା ତାଙ୍କୁ ଜଣେ ସଫଳ ବ୍ୟକ୍ତିର ମର୍ଯ୍ୟାଦା ଆଣିଦେଇଥିଲା।ଯାହା ଅଖଣ୍ଡ ଭାରତ ବର୍ଷ ର ଏକତା କୁ ରାଜନୈତିକ ଆକାର ପ୍ରଦାନ କରିଥିଲା ବୋଲି ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ଦର୍ଶାଇଥିବା ବେଳେ ଇତିହାସ ବିଭାଗୀୟ ମୁଖ୍ୟ ଡ଼.ଇଶ୍ଵର ପରିଡ଼ା ଗଡ଼ଜାତ ଅଞ୍ଚଳର ସମିଶ୍ରଣ ଓ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ 'ଏକ ଭାରତ ମହାନ୍ ଭାରତ ' ଗଠନ ନିମନ୍ତେ ବଲ୍ଲଭ ଭାଇ ଙ୍କ ସ୍ମରଣୀୟ ଅବଦାନକୁ ଉଲ୍ଳେଖ କରିଥିଲେ।ଏହି କାର୍ଯକ୍ରମ ରେ ମହାବିଦ୍ୟାଳୟର କର୍ମକର୍ତ୍ତା,ଛାତ୍ରୀ ମାନେ ସମ୍ମିଳିତ ହୋଇ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande