ସିଆର୍‌ସି ପରିସରରେ ରାଷ୍ଟ୍ରୀଯ଼ ଏକତା ଦିବସ ପାଳନ
ବଲାଙ୍ଗୀର, ୩୧ ଅକ୍ଟୋବର(ହି.ସ.) – ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାଯ଼ୀ ଶୁକ୍ରବାର ସିଆରସି ବଲାଙ୍ଗୀର ପରିସରରେ ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଦିବସ ଉପଲକ୍ଷେ ରାଷ୍ଟ୍ରୀଯ଼ ଏକତା ଦିବସ ପାଳନ କରାଯାଇଥିଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପ
ସି ଆର୍ ସି  ପରିସରରେ ରାଷ୍ଟ୍ରୀଯ଼ ଏକତା ଦିବସ  ପାଳନ


ବଲାଙ୍ଗୀର, ୩୧ ଅକ୍ଟୋବର(ହି.ସ.) – ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାଯ଼ୀ ଶୁକ୍ରବାର ସିଆରସି ବଲାଙ୍ଗୀର ପରିସରରେ ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଦିବସ ଉପଲକ୍ଷେ ରାଷ୍ଟ୍ରୀଯ଼ ଏକତା ଦିବସ ପାଳନ କରାଯାଇଥିଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସିଆରସି ପରିସରରେ କର୍ମଚାରୀ, ଛାତ୍ର ଏବଂ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ସମାବେଶ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଏହି ଅବସରରେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ଗ୍ରହଣ କରାଯାଇଥିଲା ଏବଂ ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନେ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇବାକୁ ଶପଥ ଗ୍ରହଣ କରିଥିଲେ।ଏହି ଉତ୍ସବର ଅଂଶବିଶେଷ ସ୍ୱରୂପ 'ଏକ ଭାରତ, ଶ୍ରେଷ୍ଠ ଭାରତ ବାର୍ତାକୁ ପ୍ରୋତ୍ସାହିତ କରିବା ଲାଗି' ଏକତା ଦୌଡ଼(ଏକତା ପରେଡ) ର ମଧ୍‌ଯ ଆଯେ଼ାଜନ କରାଯାଇଥିଲା। ଏହି ଅବସରରେ ବଲାଙ୍ଗିରର ଅତିରିକ୍ତ ପୁଲିସ ଅଧୀକ୍ଷକ ଶ୍ରୀ ଜି. ଏନ୍‌. ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀ ମାନଙ୍କୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନୀତି ଆଦର୍ଶକୁ ବଜାୟ ରଖିବା ଲାଗି ପ୍ରେରିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଭିନ୍ନକ୍ଷମଙ୍କ ସମେତ ୧୨୦ରୁ ଅଧିକ ବ୍ୟକ୍ତି ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଧନ୍‌ଯବାଦ ଅର୍ପଣ ଏବଂ ରାଷ୍ଟ୍ରରେ ଏକତା, ଅଖଣ୍ଡତା ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖିବା ଦିଗରେ ପ୍ରତିବଦ୍ଧତାର ସାମୂହିକ ପୁନଃପ୍ରତିଷ୍ଠା ସହିତ ଏହି ଉତ୍ସବ ସମାପ୍ତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande