
ଖୋର୍ଦ୍ଧା, ୩୧ ଅକ୍ଟୋବର (ହି.ସ.) - ଶୁକ୍ରବାର ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଏକତା ସୁତ୍ରଧର ରାଷ୍ଟ୍ର ନିର୍ମାତା ଲୌହ ପୁରୁଷ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସଭାରେ ଯୋଗଦେଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ ଜିଲ୍ଲାର ବିଭିନ୍ନ କାର୍ଯ୍ୟ।।ଳୟର ଅଧିକାରୀ, ସମସ୍ତ ବି ଡି ଓ ଏବଂ ତହସିଲଦାର , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ରାଷ୍ଟ୍ରର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବାକୁ ଏକତା ଶପଥ ପାଠ କରାଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଏକତା ମନ୍ତ୍ରରେ (ବିଏଚ) ଆମେ ସମସ୍ତେ ବାନ୍ଧିହୋଇ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେଲେ ଆମ ଦେଶର ଏକତା ଆହୁରି ମଜବୁତ୍ ହେବାସହ ଆମ ଦେଶର ଗୌରବ ସାରା ବିଶ୍ୱରେ ବନ୍ଦିତ ହେବ ବୋଲି ଉଦବୋଧନ ଦେଇଥିଲେ । ଦିବସରେ ଡେପୁଟୀ କଲେକ୍ଟର ଶ୍ରୀତପା ମିଶ୍ର, ଡେପୁଟୀ କଲେକ୍ଟର ନିବେଦିତା ପରିଡ଼ା,ବି ଡି ଓ କ୍ଷିରାଦ୍ୱୀ ତାନୟା ସାହୁ, ଜିଲ୍ଲା ଇ ଗଭର୍ନାନ୍ସ ମ୍ୟାନେଜର ମାନସ କୁମାର ବ୍ରହ୍ମ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ