ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ପଟ୍ଟାମୁଣ୍ଡାଇ, 31 ଅକ୍ଟୋବର (ହି.ସ.) - ପଟ୍ଟାମୁଣ୍ଡାଇ ପୌରପରିଷଦ ଅନର୍ଗତ ଆଦର୍ଶ ଥାନା ଅଧିକାରୀ ଇନ୍ସପେକଟର ଶ୍ରୀମତୀ ବନ୍ଦନା ପାତ୍ର ଓ ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟଙ୍କ ମିଳିତ ଉଦ୍ୟମରେ ଶୁକ୍ରବାର ଦିନ ଲୌହମାନବ ,ତଥା ଭାରତରତ୍ନ ସର୍ଦାର
Rastriya ekata dibas


ପଟ୍ଟାମୁଣ୍ଡାଇ, 31 ଅକ୍ଟୋବର (ହି.ସ.) - ପଟ୍ଟାମୁଣ୍ଡାଇ ପୌରପରିଷଦ ଅନର୍ଗତ ଆଦର୍ଶ ଥାନା ଅଧିକାରୀ ଇନ୍ସପେକଟର ଶ୍ରୀମତୀ ବନ୍ଦନା ପାତ୍ର ଓ ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟଙ୍କ ମିଳିତ ଉଦ୍ୟମରେ ଶୁକ୍ରବାର ଦିନ ଲୌହମାନବ ,ତଥା ଭାରତରତ୍ନ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ରେ ପାଳିତ ହୋଇଯାଇଛି। ବର୍ଣ୍ଣାଢ଼୍ୟ ଉତ୍ସବରେ ମୂଖ୍ୟ ଅତିଥିଭାବେ ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ, ମୂଖ୍ୟ ଵକ୍ତାଭାବେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ର ଅଧ୍ୟାପକ କ୍ୟାପ୍ଟଟେନ ଶ୍ରୀ ମନୋଜ ପରିଡା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଥାନା ଅଧିକାରୀ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ଓ ଅତିରିକ୍ତ ତହସିଲଦାର ରେଡ଼ ରିବନ କାଟି ଏହି ମାରାଥନ ଦୌଡ କୁ ଶୁଭାରମ୍ଭ କରିଥିଲେ। ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ ଏହି କାର୍ଯ୍ୟ ରେ ସହଯୋଗ କରିଥିଲେ। ଏହି ମାରାଥନ ରେ ପଟ୍ଟାମୁଣ୍ଡାଇ କଲେଜ ଏନ ସି ସି କାଡେଟ୍ସ, ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ର ଏନ ସି ସି କାଡେଟ୍ସ ସ୍କାଉଟ ଗାଇଡ଼, ଜୁନିଅର ରେଡ଼ କ୍ରସ ଓ ଅନ୍ୟାନ୍ୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇ ଥିଲେ। ପରେ ବିଭିର୍ଣ୍ଣ ପ୍ରତିଯୋଗିତା ଯଥା ବକ୍ତୃତା, ରଙ୍ଗୋଲି ଆଦି ହୋଇଥିଲା, କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ସହ ମାନ ପତ୍ର ଦିଆ ଯାଇଥିଲା। ସମସ୍ତ ପ୍ରତିଯୋଗୀ ଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆ ଯାଇଥିଲା।ଏହି ସଭାରେ ବିଦ୍ୟାଳୟ ର ସଂସ୍କୃତିକା ସଂଯୋଜିକା ଅନିତା ଧଳ ଙ୍କ ତତ୍ୱା ବଧାନ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଇଥିଲେ ଯାହା ଏକ ଦେଶାତ୍ମବୋଧକପରିବେଶ ସୃଷ୍ଟି କରିଥିଲା। ସଭାର ଆରମ୍ଭରେ ବିଦ୍ୟାଳୟ ର ଦୁଇ ଜଣ ଶିକ୍ଷକ ଶ୍ରୀ ତାପସ କୁମାର ବେହେରା ଓ ଅନିଲ କୁମାର ଦାସ ଉଜସ୍ବନି ଭାଷଣ ଦେଇ ପିଲାମାନଙ୍କୁ ଦେଶ ପ୍ରୀତି ଶିଖାଇ ଥିଲେ। ଏହି କାର୍ଯ୍ୟକ୍ରମ କୁ ଏନ ସି ସି ଶିକ୍ଷକ ଶ୍ରୀ ସରୋଜ କୁମାର ସ୍ୱାଇଁ ପରିଚାଳନା କରୁଥିଲେ ଓ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ର ସମ୍ପାଦକ ଶ୍ରୀ ଗୋପୀନାଥ ତ୍ରିପାଠୀ ଶେଷରେ ଧନ୍ୟବାଦ ଦେଇଥିଲେ । ପିଲାମାନଙ୍କୁ ବିସ୍କୁଟ ଓ ଗ୍ଲୁକୋଜ ପାଣି ଦେଇ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ସଭା ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ, ବରିଷ୍ଠ ଶିକ୍ଷୟତ୍ରୀ ସ୍ଵର୍ଣମୟୀ ନାୟକ, ସୁଜୟ କୁମାର ରାଉତରାୟ, ରଶ୍ମିତା ତରାଇ ଓ ବ୍ରଜ କିଶୋର ମଝି ପ୍ରଭୁତି ଙ୍କ ସହ ପଟ୍ଟାମୁଣ୍ଡାଇ ଆଦର୍ଶଥାନା ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande