ସମ୍ବଲପୁର ଜ଼ିଲ୍ଲା କୃଷକ ସୁରକ୍ଷ।ସଂଗଠନର ନୂତନ କର୍ମକର୍ତ୍ତା ମନୋନୀତ
ସମ୍ବଲପୁର ଜ଼ିଲ୍ଲା କୃଷକ ସୁରକ୍ଷ।ସଂଗଠନର ନୂତନ କର୍ମକର୍ତ୍ତା ମନୋନୀତ
ସମ୍ବଲପୁର ଜ଼ିଲ୍ଲା କୃଷକ ସୁରକ୍ଷ।ସଂଗଠନର ନୂତନ କର୍ମକର୍ତ୍ତା ମନୋନୀତ


ଜ଼ିଲ୍ଲା କୃଷକ ସୁରକ୍ଷ।ସଂଗଠନର


ସମ୍ବଲପୁର, ୩୧ ଅକ୍ଟୋବର (ହି.ସ.) ଆଜି କୁକୁଡ଼ାପାଲି ମାର୍କେଟୟାର୍ଡ଼ ଠାରେ ଅନୁଷ୍ଠିତ ଜ଼ିଲ୍ଲା କୃଷକ ସୁରକ୍ଷା ସଂଗଠନର ଜ଼ିଲ୍ଲା ସ୍ତରୀୟ କର୍ମୀ ସମ୍ବିଳନୀରେ ଗତ ତିନି ବର୍ଷ ତଳେ ଗଠିତ କମିଟିକୁ ଭଙ୍ଗ କଲାପରେ ନୂତନ କର୍ମକର୍ତ୍ତା ସର୍ବସମ୍ମତ ଭାବେ ମନୋନୀତ ହେଲେ। ପୂର୍ବତନ ସଭାପତି ଉମେଶ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ତାଙ୍କର ବିଦାୟକାଳୀନ ବକ୍ତବ୍ୟ ଓ ଚାଷୀଙ୍କ ତରଫରୁ ସମନ୍ୱୟ ସମିତି ର ପ୍ରବକ୍ତା ସରୋଜ ପୂର୍ବତନ କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ।

କମିଟି ଭଙ୍ଗ ପରେ ବରିଷ୍ଠ ଚାଷୀ ଦିଲ୍ଲୀପ ମହାପାତ୍ରଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତା ମନୋନୀତ ହେଇଥିଲେ। ଜ଼ିଲ୍ଲା ସଭାପତି ରୂପେ ଵ୍ୟମକେଶ ଠାକୁର, ଜ଼ିଲ୍ଲା ଉପସଭାପତି ରୂପେ ଭୈରବ ପ୍ରଧାନ, ନନ୍ଦଲାଲ ତ୍ରିପାଠୀ, ସୁଦୀପ୍ତ ପଟେଲ, ସୁଦାମ ଚରଣ ପ୍ରଧାନ ଓ ସରୋଜ ପ୍ରଧାନ, ସମ୍ପାଦକ ରୂପେ ଦେବେନ୍ଦ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ରୂପେ ସନତ ମିଶ୍ର ଓ କିସାନ ବେହେରା, କୋଷାଧକ୍ଷ ରୂପେ ଜଗଦାନନ୍ଦ ନାୟକ ସର୍ବସମ୍ମତ ରୂପେ ନିର୍ବାଚିତ ହେଲେ।

ଆଗାମୀ ଦିନରେ ସାଧାରଣ ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀ ମନୋନୀତ କରାଯିବ।

ଏଇ ସଭାରେ ଅଶୋକ ପ୍ରଧାନ, ସୁଶାନ୍ତ ପଣ୍ଡା, ବିପିନ ବିହାରୀ ଭୋଇ, ଯୋଗବିହାରୀ ପରିଡା, କିରଣ ନାୟକ, ତରଣୀସେନ ଭୋଇ, ଧନଞ୍ଜୟ ମହାପାତ୍ର, ଅଶ୍ୱିନୀ ହୋତା, ବଂଶୀଧର ପ୍ରଧାନ, ଦାମୋଦର ପ୍ରଧାନ, ଗଣେଶ ମହତ୍ତମ, ଯୋଗେଶ ଭୋଇ, ହରିଶଙ୍କର ପୁରୋହିତ,

ଦୋଲଗୋବିନ୍ଦ ନାୟକ, ସଂଜୀବ ବାରିକ, ଧ୍ରୁବଚରଣ ପ୍ରଧାନ, ଲଷ୍ମୀ ଛତ୍ରିଆ, ପ୍ରକାଶ ପ୍ରଧାନ, ବିଦ୍ୟାଧର ପ୍ରଧାନ, କାହ୍ନଚରଣ ମାଝୀ, ସୁଧାଂଶୁ ପଣ୍ଡାଙ୍କ ସହ କୁଚିଣ୍ଡା, ଜମନକିରା, ବାମରା, ରେଢ଼ାଖୋଲ, ମାନେଶ୍ଵର, ଧମା ହୁମା, ହୀରାକୁଦ ଓ ସେରସୁଆଁ ତଳ ଅଂଚଳର ଶତାଧିକ ଚାଷୀ ସାମିଲ ହେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande