ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗୀତା -୨୦୨୫ ଉଦଘାଟିତ
ବଲାଙ୍ଗିର, 31 ଅକ୍ଟୋବର (ହି.ସ)ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଉପରଝର ଠାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗୀତା ଗତକାଲି ଉଦଘାଟିତ ହୋଇଯାଇଛି । ତିନିଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗୀତାର ଉଦଘାଟନୀ ଉତ୍ସବରେ ଦେଓଗାଁ
ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗୀତା -୨୦୨୫ ଉଦଘାଟିତ


ବଲାଙ୍ଗିର, 31 ଅକ୍ଟୋବର (ହି.ସ)ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଉପରଝର ଠାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗୀତା ଗତକାଲି

ଉଦଘାଟିତ ହୋଇଯାଇଛି । ତିନିଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗୀତାର ଉଦଘାଟନୀ ଉତ୍ସବରେ ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ମମତା ମହାଡ଼ିକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ଯୋଗ ଦେଇଥିଲେ, ଅନ୍ୟ ସମ୍ମାନିତ ଅତିଥି ଭାବରେ ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀ ଗୌତମ ପଟେଲ, ବଲାଙ୍ଗିର ଫୁଟବଲ ପ୍ରଶିକ୍ଷକ ପରାଶର ବାଗ, ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମି ବିଶ୍ଵାଳ, ପର୍ଯ୍ୟବେକ୍ଷକ ଭାବରେ ସୁନୀଲ କୁମାର ବିଶ୍ଵାଳ, ଦେଓଗାଁ ବ୍ଲକର ଏଜିଇଓ ଚୈତନ୍ୟ ଧରୁଆ ଓ ଦେଓଗାଁ ବ୍ଲକ କ୍ରିଡା ସଂଗଠନର ସମ୍ପାଦକ ଉମେଶ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ପ୍ରାରମ୍ଭିକ ପର୍ଯ୍ୟୟରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ବାରିକ ସ୍ଵାଗତ ଅଭିଭାଷଣ କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ବିବରଣୀ ପାଠ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାର ୧୪ ଗୋଟି ବ୍ଲକର ୧୭ ବର୍ଷରୁ କମ ବୟସର ବାଳକ ଓ ବାଳିକା ଦଳ ଅଂଶଗ୍ରହଣ କରିଛନ୍ତି ସର୍ବମୋଟ ୩୧୯ ଜଣ ଖେଳାଳି, ୩୧ ଜଣ ମେନେଜର ଓ ୩୧ ଜଣ ଅଫିସିଆଲ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଉଦ୍ଦେଶ୍ୟ କେବଳ ପୁରସ୍କାର ଲାଭ ନୁହେଁ ବରଂ ଶୃଙ୍ଖଳା ସହ ସୁସ୍ଥ ଜୀବନ ମୂଲ୍ୟବୋଧ ହିଁ ଏହାର ପ୍ରଧାନ ଉଦ୍ଦେଶ୍ୟ ବୋଲି ଅତିଥିଗଣ ମାନେ ମତବ୍ୟକ୍ତ କରିଥିଲେ । ମନୋନୀତ ଖେଳାଳି ମାନେ ଆସନ୍ତା ନଭେମ୍ବର ମାସରେ ବଲାଙ୍ଗିର ଜିଲ୍ଲାରେ ହେବାକୁ ଥିବା ରାଜ୍ୟ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗୀତାରେ ବଲାଙ୍ଗିର ଜିଲ୍ଲାକୁ ପ୍ରତିନିଧିତ୍ଵ କରିବେ । କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକର ସମସ୍ତ ପ୍ରଧାନଶିକ୍ଷକ, କ୍ରିଡା ଶିକ୍ଷକ, ଶିକ୍ଷକ ତଥା ଉପରଝର ଗ୍ରାମବାସୀ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା ହେମନ୍ତ ପ୍ରଧାନ ଓ ଧନ୍ୟବାଦ ଅର୍ପଣ ସନ୍ଧ୍ୟା ରାଣୀ ଛତ୍ରିଆ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande