
କେନ୍ଦୁଝର, 31 ଅକ୍ଟୋବର (ହି.ସ.) କାଳୀପୂଜା ଆଉ ମିନା ବଜାର ପାଇଁ ଏବେ ଚଳଚଞ୍ଚଳ କେନ୍ଦୁଝର ସହର । ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ମେଢ଼ ଆଉ ତୋରଣରେ ମା'କାଳୀ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଚଳିତ ବର୍ଷ କେନ୍ଦୁଝର ସହର ମାଇନିଂ ବଢ଼ାର କାଳୀ ପୂଜା କମିଟି ଏହାର ସପ୍ତମ ବର୍ଷ ପୂଜାକୁ ଅତି ଆଡମ୍ବରରେ ସହିତ ପାଳନ କରିଛାସୁନ୍ଦର ମଣ୍ଡପ ସାଜସଜ୍ଜା ସହ ଆକର୍ଷଣୀୟ ଆଲୋକମାଳା ଲୋକଙ୍କ ମନକୁ ଆକୃଷ୍ଟ କରିପାରିଛି। କମିଟି ପକ୍ଷରୁ ନୃତ୍ୟ, ସାଧାରଣ ଜ୍ଞାନ ଏବଂ ଚିତ୍ରଙ୍କନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗିମାନଙ୍କୁ ଭବ୍ୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା । ସବୁଦିନ ହଜାର ହଜାର ଭକ୍ତିଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା।ଚଳିତ ବର୍ଷ ମଣ୍ଡପ ସାଜସଜ୍ଜା ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ଲାଭକରିଛି କମିଟି।ମା'ଙ୍କ ପୂଜା ବୈଦିକ ରୀତି ନୀତି ଅନୁସାରେ ପଣ୍ଡିତ ଶ୍ରୀକାନ୍ତ ପଣ୍ଡା ଏବଂ ସନ୍ଦୀପ ପାଢ଼ୀଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା। ବୁଧବାର ଦିନ ଭୀଷଣ ବର୍ଷା ସଙ୍ଗେ କମିଟିର କାର୍ଯ୍ୟକର୍ତମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ମା'ଙ୍କ ଭସାଣି କାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜାକୁ ସଫଳ କରିବାରେ କମିଟିର ସଭାପତି ଅଜୟ ମିଶ୍ର, ସମ୍ପାଦକ ଅଜୟ ବେହେରା, କମିଟି ସଦସ୍ୟ କୀର୍ତି ଅନୁରାଗ,ଶାଶ୍ବତ ଦାଶ, ଜୟଦୀପ୍ ମହାନ୍ତି, ଈଶ୍ବର ଈଶାନ ନାୟକ, ଅଙ୍କିତ୍ ପରିଡ଼ା,ଅନୀଲ ପତି, ସତ୍ୟଜିତ ଜେନା, ଅମିତ ଦାସ, ସ୍ମୃତିରଞ୍ଜନ ସାହୁ, ନିହାର କର, ପ୍ରକାଶ ସାହୁ,ଭାଗିରଥ୍, ଦିବ୍ୟଜ୍ୟୋତି ମହାନ୍ତି, ରିତିକ ମହାନ୍ତି, ବିଶ୍ବଜିତ ମହାକୁଡ଼, ଅମିତ ରାମ, ଚନ୍ଦନ ପାତ୍ର, ନନ୍ଦ କିଶୋର ବେହେରା, ଦିଲେଶ୍ବର ନାଥ, ଆଲୋକ ରାଉତ, ଦେବବ୍ରତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଆଗାମୀ ଦିନରେ ପୂଜାକୁ ଆହୁରି ଆକର୍ଷଣୀୟ ଆଉ ଭବ୍ୟ କରି ଆହୁରି ଅନେକ ପ୍ରତିଯୋଗିତା କରାଯିବ ବୋଲି କମିଟି ତରଫରୁ ପ୍ରକାଶ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA