ରାଜ୍ୟ ଭାରୋତ୍ତଳ ପ୍ରତିଯୋଗିତା ବଲାଙ୍ଗିର ଝିଅ ସୁନୈନା ଙ୍କୁ ରୋପ୍ୟ ପଦକ
ବଲାଙ୍ଗିର, 31 ଅକ୍ଟୋବର (ହି.ସ.)- ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଥିବା ୭୨ତମ ଓଡିଶା ରାଜ୍ୟ ଭାରୋତ୍ତଳ ପ୍ରତିଯୋଗିତା ରେ ବଲାଙ୍ଗିର ଝିଅ ସୁନେନା ବେହେରା ଙ୍କୁ ରୌପ୍ୟ ପଦକ ମିଳିଛି । ଗତ ୨୮ ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ସୁନୈନା ବେହେରା ବଲାଙ୍ଗିର ଜିଲ୍ଲା ତରଫରୁ ପ୍ର
ରାଜ୍ୟ ଭାରୋତ୍ତଳ ପ୍ରତିଯୋଗିତା  ବଲାଙ୍ଗିର ଝିଅ ସୁନୈନା ଙ୍କୁ ରୋପ୍ୟ ପଦକ


ବଲାଙ୍ଗିର, 31 ଅକ୍ଟୋବର (ହି.ସ.)- ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଥିବା ୭୨ତମ ଓଡିଶା ରାଜ୍ୟ ଭାରୋତ୍ତଳ ପ୍ରତିଯୋଗିତା ରେ ବଲାଙ୍ଗିର ଝିଅ ସୁନେନା ବେହେରା ଙ୍କୁ ରୌପ୍ୟ ପଦକ ମିଳିଛି । ଗତ ୨୮ ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ସୁନୈନା ବେହେରା ବଲାଙ୍ଗିର ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରିଥିଲେ । ସେ ୮୮ କେଜି ବର୍ଗରେ ସୁନ୍ଦର ପ୍ରଦର୍ଶନ କରି ସ୍ନାଚ ଓ କ୍ଲିନ ଜାର୍କ ରେ ୧୦୯ କେଜି ଭାରତ୍ତୋଳନ କରି ରୌପ୍ୟ ପଦକ ବିଜୟି ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ତରଫରୁ ଏହି ପ୍ରତିଯୋଗିତାରେ କେବଳ ୪ଜଣ ଝିଅ ଭାଗ ନେଇଥିଲେ । ଦଳ ସହିତ ଭାରତ୍ତୋଳନ କୋଚ ତଥା ଜିଲ୍ଲା ସଂପାଦକ ବିନୟ ପାଣ୍ଡେ ଏବଂ ଜିଲ୍ଲା ସଭାପତି ତଥା ଭରୋତ୍ତଳ ରାଜ୍ୟ ସଂଘ ମାନ୍ୟତା ପ୍ରାପ୍ତ ରେଫରି ସୁଦାମ ବେହେରା ଏହି ବଲାଙ୍ଗିର ଜିଲ୍ଲା ଦଳ ସହ ସାମିଲ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବଲାଙ୍ଗିର ଝିଅ ସୁନୈନା ବର୍ତ୍ତମାନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ଥିତ ଭାରୋତ୍ତଳନ ର ଉତ୍କର୍ଷ ତାଲିମ କେନ୍ଦ୍ର ରେ ଅଭ୍ୟାସରତ ଅଛନ୍ତି । ତାଙ୍କର ଏହି ସଫଳତା ବଲାଙ୍ଗିର ଭାରୋତ୍ତଳ କ୍ରୀଡାରେ ନିଶ୍ଚିତ ଭାବରେ ଝିଅମାନଙ୍କର ଭାଗିଦାରି କୁ ନେଇ ଆଗାମୀ ଦିନରେ ସକରାତ୍ମକ ପ୍ରଭାବ ପଡିବ ବୋଲି ବଲାଙ୍ଗିର ର ପ୍ରାକ୍ତନ ଖେଳାଳିମାନେ ଆଶାବ୍ୟକ୍ତ କରିବା ସହ ସୁନେନା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande