
ବାରିପଦା, 31 ଅକ୍ଟୋବର (ହି.ସ.) - ବାରିପଦା ପୌର ପରିଷଦର ତକତପୁର ଅଞ୍ଚଳରୁ ବାଇକ ଚୋରୀ ହୋଇଥିବାକୁ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏନେଇ ବାଇକ ମାଲିକ ଅନନ୍ତ ମୁର୍ମୁ ଥାନାରେ ଲିିିଖିତ ଅଭିଯୋଗ କରିଛନ୍ତି। ସେ ତକତପୁର ଖେଳ ପଡ଼ିଆ ସମ୍ମୁଖରେ ରାସ୍ତା ପାର୍ଶ୍ଵରେ ବାଇକ ପାର୍କିଂ କରିଥିଲେ। କିଛି ସମୟ ବ୍ୟବଧାନ ପରେ ଫେରି ଆସି ପାର୍କିଂ ସ୍ଥାନରେ ବାଇକ ନଥିବାର ଦେଖିବାକୁ ପାଇଥିଲେ । ବହୁ ଖୋଜା ଖୋଜି କରିବା ପରେ ବାଇକର କୌଣସି ସନ୍ଧାନ ନପାଇ ଥାନାରେ ଅଭିଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ