
ମାଲକାନଗିରି, ୩୧ ଅକ୍ଟୋବର (ହି.ସ.)ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଲୌହ ମାନବ ଭାରତରତ୍ନ ଏକତାର ପ୍ରତୀକ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କର ପୁଣ୍ୟ ଜନ୍ମତିଥି ଏବଂ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀଙ୍କର ୪୧ତମ ଶ୍ରାଦ୍ଧଉତ୍ସବ ପାଳନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓଙ୍କ ଉପସ୍ଥିତିରେ କଂଗ୍ରେସ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିବା ବେଳେ ମାଲକାନଗିରି ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିଷରରେ ରହିଥିବା ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ସଭାପତିଙ୍କ ସହ ଅନ୍ୟ କଂଗ୍ରେସ କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରି ସର୍ଦାର ବଲ୍ଲଭ ଭାଇ ପଟେଲ ଏବଂ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, ନେତା କେଶୁ ରାଓ, ପଦ୍ମ ପାଙ୍ଗି, ଛବି ଦାସ ପ୍ରମୁଖଙ୍କ ସହ ଅନ୍ୟ ଦଳୀୟ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ