ଦୁର୍ଗାପାଲିରେ ପ୍ରହରୀ ମଣ୍ଡପରେ ପାଣି ଜମୁଛି: ପାଇପ ଲାଇନ୍ ଲିକ୍‌ରୁ କାର୍ତିକେୟ ପୂଜାରେ ବାଧା, ଦୁର୍ଘଟଣାର ଆଶଙ୍କା
ବଲାଙ୍ଗୀର, ୩୧ ଅକ୍ଟୋବର(ହି.ସ.) –ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ ଦୁର୍ଗାପାଲି ଗ୍ରାମରେ ଏବେ ଚୁଲୁଛି କାର୍ତିକେୟ ପୂଜା। ଶ୍ରଦ୍ଧାଳୁ ଭକ୍ତମାନେ ପ୍ରହରୀ ମଣ୍ଡପରେ ଜମାହୋଇ ଗୀତ ଶୁଣୁଥାନ୍ତି। କିନ୍ତୁ ଏହି ପବିତ୍ର ଅବସରରେ ମଣ୍ଡପରେ ଅନବରତ ପାଣି ଜମୁଥିବାରୁ ଗ୍ରାମବାସୀ ଚିନ୍ତିତ। ଜଳଯୋଗାଣ ପ୍ରକଳ୍ପର ନୂ
ଦୁର୍ଗାପାଲିରେ ପ୍ରହରୀ ମଣ୍ଡପରେ ପାଣି ଜମୁଛି : ପାଇପ ଲାଇନ୍ ଲିକ୍‌ରୁ କାର୍ତ୍ତିକେୟ ପୂଜାରେ ବାଧା, ଦୁର୍ଘଟଣାର ଆଶଙ୍କା


ଦୁର୍ଗାପାଲିରେ ପ୍ରହରୀ ମଣ୍ଡପରେ ପାଣି ଜମୁଛି : ପାଇପ ଲାଇନ୍ ଲିକ୍‌ରୁ କାର୍ତ୍ତିକେୟ ପୂଜାରେ ବାଧା, ଦୁର୍ଘଟଣାର ଆଶଙ୍କା


ବଲାଙ୍ଗୀର, ୩୧ ଅକ୍ଟୋବର(ହି.ସ.) –ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ ଦୁର୍ଗାପାଲି ଗ୍ରାମରେ ଏବେ ଚୁଲୁଛି କାର୍ତିକେୟ ପୂଜା। ଶ୍ରଦ୍ଧାଳୁ ଭକ୍ତମାନେ ପ୍ରହରୀ ମଣ୍ଡପରେ ଜମାହୋଇ ଗୀତ ଶୁଣୁଥାନ୍ତି। କିନ୍ତୁ ଏହି ପବିତ୍ର ଅବସରରେ ମଣ୍ଡପରେ ଅନବରତ ପାଣି ଜମୁଥିବାରୁ ଗ୍ରାମବାସୀ ଚିନ୍ତିତ। ଜଳଯୋଗାଣ ପ୍ରକଳ୍ପର ନୂତନ କାମରେ ଠିକାଦାର ଜେସିବିରେ ପୁରୁଣା ପାଇପଲାଇନ୍ ଫାଟାଇ ଦେଇଥିବାରୁ ଏହି ସମସ୍ୟା ହେଉଛି। ଗ୍ରାମବାସୀମାନେ ବିଡ଼ିଓ ପୁଇଁନ୍ତଲା ଓ ଆର୍‌ଡବ୍ଲ୍ୟୁଏସ୍‌ଏସ୍ ବଲାଙ୍ଗୀରଙ୍କୁ ଅଭିଯୋଗ କରିଛନ୍ତି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଜଳଯୋଗାଣର ନୂଆଁ ପ୍ରକଳ୍ପରେ କାମ କରୁଥିବା ଠିକାଦାର ନୂତନ ପାଇପ ଲାଇନ୍ ଲାଇବା ସମୟରେ ଜେସିବିରେ ପୁରୁଣା ପାଇପଲାଇନ୍‌କୁ ଫାଟାଇ ଦେଇଛନ୍ତି। ଫଳରେ ଅନବରତ ପାଣି ଲିକ୍ ହୋଇ ପ୍ରହରୀ ମଣ୍ଡପରେ ଜମୁଥୁଛି। ଏହା ଯୋଗୁଁ ଭକ୍ତମାନେ ଗୀତ ମଣ୍ଡଳୀ ଶୁଣିବାରେ ଅସୁବିଧା ହେଉଛି। ଆଗାମୀ କାର୍ତିକ ପୂର୍ଣ୍ଣମୀ ଓ ଶୋହଲ ପ୍ରହରୀ ସଂକୀର୍ତନରେ ଅଧିକ ସଂଖ୍ୟକ ଲୋକଙ୍କ ସମାଗମ ହେବାରୁ ପାଣିରେ ପଡ଼ିବା ଓ ଦୁର୍ଘଟଣାର ବଡ଼ ଆଶଙ୍କା ରହିଛି।

ଏହା ସହିତ ଗ୍ରାମବାସୀ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରିଛନ୍ତି। ପାଇପରୁ ବାହାରୁଥିବା ଦୁଷିତ ପାଣି ଏହି ଅଞ୍ଚଳରେ ପାନୀୟ ଜଳକୁ ପ୍ରଦୂଷିତ କରୁଛି। ଏହା ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ। ଗ୍ରାମବାସୀ କହୁଛନ୍ତି, “ଆମେ ବିଡ଼ିଓ ଓ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ଅଭିଯୋଗ କରିଥିଲୁଁ, କିନ୍ତୁ କୌଣସି ଉପାୟ ହେଲା ନାହିଁ। ଏବେ ପୂର୍ଣ୍ଣମୀ ନିକଟରେ ଆସିଛି, ତେଣୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।” ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ଯୋଗାଇବାକୁ ନିବେଦନ କରିଛନ୍ତି। ଠିକାଦାରଙ୍କୁ ଦଣ୍ଡିତ କରି ଲିକ୍ ରକ୍ଷା କରା ଯିବା ସହ ପାନୀୟ ଜଳର ପରୀକ୍ଷା କରାଯାଇବାକୁ ମାଗିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଦିଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande