ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ଜୟପୁର, 31 ଅକ୍ଟୋବର (ହି.ସ.) ଜୟପୁରସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଭାରାପ୍ରାପ୍ତ ଅଧ୍ୟକ୍ଷ ଡ଼.ଡମ୍ବରୁଧର ଦାସଙ୍କ ତତ୍ତ୍ଵାବଧାନରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବକାଶରେ ସମୃଦ୍ଧ, ସଶକ୍ତ ଭାରତ ଗଠନ ନିମନ୍ତେ ସମସ୍ତ କ୍ଷେତ୍ରରେ ସାଧୁତା ରକ୍ଷା ପୂର୍ବକ ଦୁର୍ନୀତ
ଦୁର୍ନୀତି ନିବାରଣ ସପ୍ତାହ ପାଳିତ


ଜୟପୁର, 31 ଅକ୍ଟୋବର (ହି.ସ.) ଜୟପୁରସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଭାରାପ୍ରାପ୍ତ ଅଧ୍ୟକ୍ଷ ଡ଼.ଡମ୍ବରୁଧର ଦାସଙ୍କ ତତ୍ତ୍ଵାବଧାନରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବକାଶରେ ସମୃଦ୍ଧ, ସଶକ୍ତ ଭାରତ ଗଠନ ନିମନ୍ତେ ସମସ୍ତ କ୍ଷେତ୍ରରେ ସାଧୁତା ରକ୍ଷା ପୂର୍ବକ ଦୁର୍ନୀତିର ମୂଳୋତ୍ପାଟନ ନିହାତି ଆବଶ୍ୟକ ବୋଲି ଅଧ୍ୟକ୍ଷ ମତପ୍ରକାଶ କରିଥିବା ବେଳେ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଏବଂ ଛାତ୍ରୀ ମାନଙ୍କୁ ନେଇ ସ୍ୱତନ୍ତ୍ର ଶପଥ ପାଠ କରାଯାଇଥିଲା।ଜାତୀୟ ସେବା ଯୋଜନା ଓ ଯୁବ ରେଡ୍ କ୍ରସ୍ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ସମସ୍ତ ସ୍ବେଛାସେବୀ, ଛାତ୍ରୀକୁଳ ଓ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande