ଘର ଭିତରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ମାଲକାନଗିରି, ୩୧ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ସଦରମହକୁମା ପୈାରପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଏକ ଘର ମଧ୍ୟରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦରରେ ରହୁଥିବା ରାଜେଶ ବିଶ୍ୱାସଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଛି। ରାଜେଶଙ
ଘର ଭିତରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।


ମାଲକାନଗିରି, ୩୧ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ସଦରମହକୁମା ପୈାରପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଏକ ଘର ମଧ୍ୟରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦରରେ ରହୁଥିବା ରାଜେଶ ବିଶ୍ୱାସଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଛି। ରାଜେଶଙ୍କ ସ୍ତ୍ରୀ ଶଙ୍କରୀ ବିଶ୍ୱାସଙ୍କ ମୃତ ଦେହ ଘର ଭିତରେ ଆଜି ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତ ଶଙ୍କରୀଙ୍କ ବାପା ଘର କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୨୩ ନମ୍ବର ଗ୍ରାମର ହୋଇଥିବା ବେଳେ ଝିଅଙ୍କ ମୃତ୍ୟୁ ଖବର ପାଇ ଘଟଣା ସ୍ଥଳରେ ପହଂଚିଛନ୍ତି। ତେବେ ଶଙ୍କରୀଙ୍କ ମୃତ୍ୟୁ ପରେ ତାଙ୍କ ଶ୍ୱଶୁର ଘର ଲୋକେ ଘରେ ନଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ମୃତ ଶଙ୍କରୀଙ୍କ ବାପା ଘର ଲୋକେ, ଏହାକୁ ଆତ୍ମହତ୍ୟା ନୁହେଁ, ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି। ସେହିପରି ନବରଙ୍ଗପୁର ରୁ ସାଇଂଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଏନେଇ ମାଲକାନଗିରି ଆଦର୍ଶ ଥାନାରେ ୫୮୯/୨୫ ରେ ଏକ ମାମଲା ରୁଜ୍ଜୁ କରି ସ୍ୱାମୀ ରାଜେଶଙ୍କୁ ଅଟକ ରଖିଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande