
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)-ସର୍ଦ୍ଦାର ବଲ୍ଲଭଭାଇ
ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ନୂଆପଡ଼ା ବସ ଷ୍ଟାଣ୍ଡରେ ସ୍ୱଚ୍ଛ ଭାରତ ଅଭିଯାନ। ଏହି
ଅଭିଯାନରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ସ୍ୱାସ୍ଥ୍ୟ
ମନ୍ତ୍ରୀ ମୁକେଶ ମହଲିଙ୍ଗ, ଗଣ ଶିକ୍ଷା ମନ୍ତ୍ରୀ
ନୀତ୍ୟାନନ୍ଦ ଗଣ୍ଡ,ବିଧାୟିକା ସଂଜଳୀ ମୁର୍ମୁ ଓ ରାଜ୍ୟ
ସଭାପତି ମନ ମୋହନ ସାମଲ , ପୂର୍ବତନ କେନ୍ଦ୍ର
ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସହ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚାର ଶହ ଶହ ସଦସ୍ୟ ଯୋଗ
ଦେଇଥିଲେ। ଏହା ସହ ନୂଆପଡ଼ା ବସ ଷ୍ଟାଣ୍ଡରୁ ତେଲିପଡା ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ଏକତା ପାଇଁ
ଗଣ ଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା