
ନୂଆଦିଲ୍ଲୀ, 31 ଅକ୍ଟୋବର (ହି.ସ.)
- ଭାରତ
ଏକ ଇତିହାସ ରଚିଛି ।ଚୀନ ସୀମାରୁ ମାତ୍ର
50 କିଲୋମିଟର ଦୂରତାରେ ବିଶ୍ୱର ସବୁଠାରୁ ଉଚ୍ଚତମ ବିମାନବନ୍ଦର କାର୍ଯ୍ୟକ୍ଷମ କରିଛି । ପୂର୍ବ
ଲଦ୍ଦାକ୍ — ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ପ୍ରାୟ 13,700 ଫୁଟ୍ ଉଚ୍ଚତାରେ
ନ୍ୟୋମା ଏୟାରଫିଲ୍ଡକୁ ଅପଗ୍ରେଡ କରି ତିଆରି କରାଯାଇଥିବା ଏହି ବିମାନବନ୍ଦରରୁ ମିଗ୍-29 ଓ ସୁଖୋଇ-30ଏମକେଆଇପ୍ଲେନ ଉଡ଼ି ପାରିବ।
ଏଠାରୁ ଭାରତ ପାଇଁ ଚୀନର ଜିନଜିଆଙ୍ଗ ସେନାଞ୍ଚଳ ଓ ପାକିସ୍ତାନର ଉତ୍ତରୀ ଅଂଚଳରେ ଥିବା ସେନା
ବେସ୍ କାଦରୀଦ୍ୱାରା ଉଠିଥିବା ଚ୍ୟାଲେଞ୍ଜଗୁଡ଼ିକୁ ସମ୍ମୁଖୀନ ହେବାରେ ସହଜତା ମିଳିବ।
ତେବେଭାରତ ଏହା ପୂର୍ବରୁ 16,600 ଫୁଟ୍ ଉଚ୍ଚତାରେ
ଥିବା ଦୌଲତ୍ ବାଗ ଓଲ୍ଡିରେ ମଧ୍ୟ ବିଶ୍ୱର ସବୁଠାରୁ ଉଚ୍ଚ ବିମାନବନ୍ଦର ପୂର୍ବରୁ ନିର୍ମାଣ
କରିଥିଲା। କିନ୍ତୁ ସେଠାରେ ପାଣିପାଗ ଓ ନୀତିଗତ
ଦୃଷ୍ଟିରୁ ଅଧିକ ଉପଯୋଗ ହେବ ନାହିଁ ବୋଲି ମନେ କରାଯାଇଥିଲା। ସେଠାରେ ସାଧାରଣ ପରିସ୍ଥିତିରେ ବିମାନ
ଅବତରଣ କରାଯାଇପାରେ କିନ୍ତୁ ଯୁଦ୍ଧ କିମ୍ବା ଚ୍ୟାଲେଞ୍ଜିଂ ପରିସ୍ଥିତିରେ ତାହାର ବ୍ୟବହାର
କରାଯାଇ ପାରିବନାହିଁ । ଏହି କାରଣରୁ ଲେହ ଓ ଥୋଇସ୍ ସହ ଲଦ୍ଦାଖରେ ଯୁଦ୍ଧ ବିମାନଗୁଡ଼ିକ ପାଇଁ ବିକଳ୍ପଅପରେଟିଂ ବେସ୍ ଆବଶ୍ୟକ ଭାବିଗଲା, କାରଣ ପାଣିପାଗ
ପରିସ୍ଥିତି ଏହି ଦୁଇ ଅଡ୍ଡାର ପରିଚାଳନକୁ ପ୍ରଭାବିତ କରୁଥିଲା। ସେଥିପାଇଁ ନ୍ୟୋମା ଓ ଫୁକଚେକୁ
ଅଧ୍ୟୟନ କରାଗଲା, ଯାହା ମାଧ୍ୟମରେ ବୁଝିବାକୁ ଚେଷ୍ଟା କରାଗଲା କି ଏହାମଧ୍ୟରୁ
କେଉଁଟିକୁ ଯୁଦ୍ଧ ଅଭିଯାନ ପାଇଁ ବ୍ୟବହାର କରାଯାଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା