ତେଲେଙ୍ଗାନା ସରକାରରେ ମନ୍ତ୍ରୀ ପଦର ଶପଥ ନେଲେ ପୂର୍ବତନ କ୍ରିକେଟର ଆଝାରୁଦ୍ଦିନ
ହାଇଦ୍ରାବାଦ, 31 ଅକ୍ଟୋବର (ହି.ସ.)-ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ସାଂସଦ ମହମ୍ମଦ ଆଝାରୁଦ୍ଦିନ ଆଜି ତେଲେଙ୍ଗାନାର ରେଭନ୍ତ ରେଡ୍ଡି ସରକାରରେ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ଅନୁଷ୍ଠାନରେ ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ତା
ତେଲେଙ୍ଗାନା ସରକାରରେ ମନ୍ତ୍ରୀ ପଦର ଶପଥ ନେଲେ     ପୂର୍ବତନ କ୍ରିକେଟର ଆଝାରୁଦ୍ଦିନ


ହାଇଦ୍ରାବାଦ, 31 ଅକ୍ଟୋବର (ହି.ସ.)-ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ପୂର୍ବତନ

ସାଂସଦ ମହମ୍ମଦ ଆଝାରୁଦ୍ଦିନ ଆଜି ତେଲେଙ୍ଗାନାର ରେଭନ୍ତ ରେଡ୍ଡି ସରକାରରେ ମନ୍ତ୍ରୀ ପଦର ଶପଥ

ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ଅନୁଷ୍ଠାନରେ ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ତାଙ୍କୁ

ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଶପଥ ଗ୍ରହଣ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଆଝାରୁଦ୍ଦିନ

କହିଛନ୍ତି ଯେ, ମନ୍ତ୍ରୀ ହେବାର ସୁଯୋଗ ପାଇ

ସେ ଅତ୍ୟନ୍ତ ଖୁସି। ସେ କହିଛନ୍ତି – “ମୋ ମାତାପିତା ଓ

ପରିବାରର ସଦସ୍ୟମାନେ ମୋତେ ମନ୍ତ୍ରୀ ଭାବେ ଦେଖି ଅତ୍ୟନ୍ତ ଆନନ୍ଦିତ।”

ଆଝାରୁଦ୍ଦିନ ଆହୁରି କହିଛନ୍ତି ଯେ,

ମୋତେ ଏହି ସୁଯୋଗ ଦେଇଥିବା ପାଇଁ ମୁଁ କଂଗ୍ରେସ ଆଲାକମାନ,

ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ପାର୍ଟି ନେତାମାନଙ୍କ ପ୍ରତି କୃତଜ୍ଞତା

ଜଣାଉଛି। ଶପଥ ଗ୍ରହଣ ଅନୁଷ୍ଠାନରେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡି ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ

ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande