
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ଆଜି ପବିତ୍ର ଅଁଳା ନବମୀ।ଏହି ଅବସରରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ
ରାଧାରାଣୀ। ଏଥିପାଇଁ ଭୋର ୫ଟାରୁ ସାକ୍ଷୀଗୋପାଳରେ ଆରମ୍ଭ ହୋଇଛି ରାଧାପାଦ ଦର୍ଶନ। ଆଜି
ବିଳମ୍ବିତ ରାତି ଯାଏ ଚାଲିବ ଦର୍ଶନ। ରାଧାରାଣୀଙ୍କ ପାଦ ବର୍ଷସାରା ଲୁଗା ଘେରରେ ଘୋଡ଼ାଇ
ହୋଇଥିବା ବର୍ଷକେ ଥରେ ନବମୀ ଦିନ ଶ୍ରଦ୍ଧାଳୁମାନେ ପାଦପଦ୍ମ ଦର୍ଶନ କରି ଆଶିଷ ଲାଭ କରନ୍ତି।
ଆଜିର ଦିନରେ ମାଆଙ୍କର ପାଦ ଦର୍ଶନରେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା