
ନୂଆପଡ଼ା /ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ନୂଆପଡ଼ା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ନୂଆପଡ଼ା ବିଜେପି ଯୋଗେଶ୍ୱର ମଣ୍ଡଳ ଅନ୍ତର୍ଗତ ଖୁଟମନବେରା ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗେଶ୍ୱର ମଣ୍ଡଳ ଦାୟିତ୍ୱ ରେ ଥିବା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ସ୍ଥାନୀୟ କାର୍ଯ୍ୟକର୍ତା ସହ ବୈଠକ କରି ବିଜେପି ପାର୍ôଥ ଜୟ ଭାଇ ଢୋଲକିଆଙ୍କୁ ବିପୁଳ ମାତ୍ରାରେ କିପରି ଜିତେଇବେ ସେ ବିଷୟରେ ମାର୍ଗଦର୍ଶକ କରିଥିଲେ ତାଙ୍କ ସହ ପୂର୍ବତନ ବିଧାୟକ ଭୁଦାନ ମୁର୍ମୁ, ମଣ୍ଡଳ ସଭାପତି ସନ୍ତୋଷ ସାହୁ, ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତିଙ୍କ ସମେତ ୩୦୦ ରୁ ଉର୍ଦ୍ଧ ବିଜେପି କର୍ମୀ ଓ ସମର୍ଥକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା