
ନୂଆପଡ଼ା / ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)-ନୂଆପଡ଼ା ବିଧାନସଭା ଉପନିର୍ବାଚନ ମର୍ମରେ ଆଜି ନୁଆପଡ଼ା କୋମନା ବ୍ଲକର ସିଲଭା ବୁଥ କର୍ମୀ ସମ୍ମିଳନୀ ହୋଇଯାଇଅଛି । ଏଥିରେ ବୁଥ ସ୍ତରୀୟ ପଦାଧିକାରୀ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ । ଓଡ଼ିଶା ସରକାର ଙ୍କ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଉପସ୍ଥିତ ରହି କର୍ମୀ ଙ୍କ ମଧ୍ୟରେ ବିଜୟ ମନ୍ତ୍ର ଫୁଙ୍କି ଥିଲେ ।
ମୋଦୀ ଜି ଙ୍କ ୧୧ ବର୍ଷ ଓ ମୋହନ ଚରଣ ମାଝୀ ଙ୍କ ର ୧୭ ମାସର ର ନିଷ୍କକଳଙ୍କ ଶାସନ ଓ ବିକାଶ ର ମାପକାଠି ହିଁ ପ୍ରମାଣିତ କହୁଛି ଯେ ବିଜେପି ହିଁ ବିକାଶ କରିବ । ଏଣୁ ନୂଆପଡ଼ା ର ବିକାଶ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରେଇ ନୂଆପଡ଼ା କୁ ଏକ ବିକଶିତ ଓ ସମୃଦ୍ଧ ଜିଲ୍ଲା ରେ ପରିଗଣିତ କରନ୍ତୁ । ଏହି ବାର୍ତ୍ତା ନେଇ ଲୋକଙ୍କ ପାଖ କୁ ଯାଇ ଭୋଟ ଭିକ୍ଷା କରିବା ପାଇଁ ମନ୍ତ୍ରୀ ଶ୍ରୀ ନାଏକ ଆହ୍ୱାନ ଦେଇଥିଲେ । ଆଜି ର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ସୁବାଷ ପାଣିଗ୍ରାହୀ ଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା