ସାଧାରଣ ପ୍ରଶାସନ ବିଭାଗରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ
ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- “ଲୌହ ମାନବ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ଦିନ ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।ଏହି ଅବସରରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସମେତ ଲୋକସେବା ଭବନସ୍ଥିତ ବିଭିନ୍ନ ବ
ସାଧାରଣ ପ୍ରଶାସନ ବିଭାଗରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ


ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- “ଲୌହ ମାନବ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ଦିନ ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।ଏହି ଅବସରରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସମେତ ଲୋକସେବା ଭବନସ୍ଥିତ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟରେ ଅଧିକାରୀଓକର୍ମଚାରୀମାନେରାଷ୍ଟ୍ରୀୟ ଏକତାରଶପଥଗ୍ରହଣକରିଥିଲେ । ଦେଶର ଐକ୍ୟ ଭାବନାକୁ ସମ୍ମାନ ଜଣାଇବା, ଯାହାକି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟି ଏବଂ ତାଙ୍କର କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇପାରିଥିଲା, ଏହି ମର୍ମରେ ରାଷ୍ଟ୍ରୀୟ ଏକତା ଶପଥ ପାଠ କରାଯାଇଥିଲା ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରର ଏକତା, ଅଖଣ୍‌ତତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା ଏବଂ ଦେଶବାସୀଙ୍କ ମଧ୍ୟରେ ଏହି ସନ୍ଦେଶ ପ୍ରସାର କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରୟାସ କରିବା ପାଇଁ ଶପଥପାଠ କରାଇଥିଲେ ।ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ନିଜକୁ ସମର୍ପିତ କରିବାକୁ ଅଧିକାରୀ ଓ କର୍ମଚାରୀମାନେ ସତ୍ୟନିଷ୍ଠ ସଙ୍କଳ୍ପ ନେଇଥିଲେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଭାଗର ବିଭିନ୍ନ ଶାଖାର ବରିଷ୍ଠ ଅଧିକାରୀ, ଉପ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande