ବିକଶିତ ଓଡ଼ିଶା ସହ ବିକଶିତ ନୂଆପଡ଼ା ଆମର ସଂକଳ୍ପ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ନୂଆପଡ଼ା /ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଗାଁର ବିକାଶ ହେଲେ ରାଜ୍ୟର ତଥା ଦେଶର ବିକାଶ ହେବ। ତେଣୁ ବିକଶିତ ଓଡ଼ିଶା ସହ ବିକଶିତ ନୂଆପଡ଼ା ଗଠନ ପାଇଁ ଆମ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଆଉ ଏହି ସ୍ୱପ୍ନ ପୂରଣ କରିବା ପାଇଁ ସରକାର ବଳ ପାଇବେ ଯଦି ଆପଣମାନେ ନୂଆପଡ଼ାର ଭୋଟର ଭାଇଭଉଣୀ ବିଜେପି ର ନୂଆପଡ଼ା ବି
ବିକଶିତ ଓଡ଼ିଶା ସହ ବିକଶିତ ନୂଆପଡ଼ା ଆମର ସଂକଳ୍ପ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ


ନୂଆପଡ଼ା /ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଗାଁର ବିକାଶ ହେଲେ ରାଜ୍ୟର ତଥା ଦେଶର ବିକାଶ ହେବ। ତେଣୁ ବିକଶିତ ଓଡ଼ିଶା ସହ ବିକଶିତ ନୂଆପଡ଼ା ଗଠନ ପାଇଁ ଆମ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଆଉ ଏହି ସ୍ୱପ୍ନ ପୂରଣ କରିବା ପାଇଁ ସରକାର ବଳ ପାଇବେ ଯଦି ଆପଣମାନେ ନୂଆପଡ଼ାର ଭୋଟର ଭାଇଭଉଣୀ ବିଜେପି ର ନୂଆପଡ଼ା ବିଧାୟକ ପ୍ରାର୍ଥୀ ଜୟ ଭାଇ ଢୋଲକିଆଙ୍କୁ ବିପୁଳ ପରିମାଣର ଭୋଟ ଦେଇ ଜିତାଇବା ପାଇଁ ରାଜ୍ୟ ସରକାରଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଲା ନନ୍ଦ ମଲ୍ଲିକ ଭୋଟର ମାନଙ୍କୁ ନିବେଦନ କରିଛନ୍ତି ।

କୋମନା ବ୍ଲକ, କୋନାବିରା ପଞ୍ଚାୟତର କରମହଲ ଗାଁରେ ବୁଥ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସହ ଆଗାମୀ ଉପନିର୍ବାଚନ ପାଇଁ ଫଳପ୍ରଦ ଆଲୋଚନା କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଭୋଟର ଓ କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ତଥା ନିଷ୍ଠା ଦେଖି ଅତ୍ୟନ୍ତ ଆନନ୍ଦିତ ବୋଲି ମନ୍ତ୍ରୀ ମଲ୍ଲିକ ଖୁସି ପ୍ରକାଶ କରିବା ସହ ବିଜେପି ପାର୍ଥୀଙ୍କର ଏହି ନିର୍ବାଚନରେ ବିଜୟ ସୁନିଶ୍ଚିତ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀ ଙ୍କ ସହ ନିର୍ବାଚନ ପ୍ରଚାର ରେ ସାମିଲ ହୋଇଥିଲେ ବିଧାୟକ ନିହାର ରଞ୍ଜନ ମହାନନ୍ଦ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande