ଭାରତରୁ 1794 ଶ୍ରଦ୍ଧାଳୁ ପାକିସ୍ତାନର ଗୁରୁଧାମ ଯାତ୍ରାରେ ଯିବେ
ଚଣ୍ଡିଗଡ, 31 ଅକ୍ଟୋବର (ହି.ସ.)- ଗୁରୁ ନାନକ ଦେବ ଜୀଙ୍କ ଜୟନ୍ତୀ ଅବସରରେ ଭାରତରୁ 1794 ଶ୍ରଦ୍ଧାଳୁ ପାକିସ୍ତାନର ଗୁରୁଧାମମାନଙ୍କ ଯାତ୍ରା ପାଇଁ ଯିବେ। ଭାରତ–ପାକିସ୍ତାନ ବିବାଦ ଯୋଗୁ କିଛି ମାସ ଧରି ସୀମା ଅବରୋଧ ରହିଥିବାରୁ ଏହି ଯାତ୍ରା ମଧ୍ୟରେ ସ୍ଥଗିତ ହୋଇଥିଲା। ଏବେ
ଭାରତରୁ 1794 ଶ୍ରଦ୍ଧାଳୁ ପାକିସ୍ତାନର ଗୁରୁଧାମ     ଯାତ୍ରାରେ ଯିବେ


ଚଣ୍ଡିଗଡ, 31 ଅକ୍ଟୋବର (ହି.ସ.)- ଗୁରୁ ନାନକ ଦେବ ଜୀଙ୍କ ଜୟନ୍ତୀ ଅବସରରେ

ଭାରତରୁ 1794 ଶ୍ରଦ୍ଧାଳୁ ପାକିସ୍ତାନର ଗୁରୁଧାମମାନଙ୍କ ଯାତ୍ରା ପାଇଁ ଯିବେ। ଭାରତ–ପାକିସ୍ତାନ ବିବାଦ ଯୋଗୁ

କିଛି ମାସ ଧରି ସୀମା ଅବରୋଧ ରହିଥିବାରୁ ଏହି ଯାତ୍ରା ମଧ୍ୟରେ ସ୍ଥଗିତ ହୋଇଥିଲା। ଏବେ

ପରିସ୍ଥିତି ସାଧାରଣ ହେବା ପରେ ପୁନଃ ଯାତ୍ରା ଆରମ୍ଭ ହେଉଛି।

ପାକିସ୍ତାନ ଯିବାକୁ ଥିବା ସମସ୍ତ ଶ୍ରଦ୍ଧାଳୁ

ଶୁକ୍ରବାର ଅମୃତସର ଅବସ୍ଥିତ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ

କମିଟିକାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ସମସ୍ତ ଆବଶ୍ୟକ ଔପଚାରିକତା ପୂର୍ଣ୍ଣ ହେବା ପରେ ଶ୍ରଦ୍ଧାଳୁମାନଙ୍କୁ ପାସପୋର୍ଟ ହସ୍ତାନ୍ତର

କରାଯାଇଛି ।

ପାକିସ୍ତାନ ସ୍ଥିତ ଐତିହାସିକ ଗୁରୁଦ୍ୱାର ଦର୍ଶନ ପାଇଁ

ଯିବାକୁ ଥିବା ଏହି ଗ୍ରୁପର ଇନଚାର୍ଜ କୁଲବିନ୍ଦର ସିଂହ କହିଛନ୍ତି ଯେ,

ଏଥର ସଂଗତରେ ଅପାର ଉତ୍ସାହ ଓ ଖୁସି ଦେଖାଯାଉଛି। ସେ କହିଛନ୍ତି ଯେ,

ନଭେମ୍ବର 4 ତାରିଖ ସକାଳ 8.30ରେ ଜଥା ଅମୃତସର ଏସଜିପିସିକାର୍ଯ୍ୟାଳୟରୁ ଯାତ୍ରା ଆରମ୍ଭ କରିବ ଏବଂ ଗୁରୁଦ୍ୱାର ନନକାନା ସାହିବ,

ଗୁରୁଦ୍ୱାର ପଞ୍ଜା ସାହିବ,

ଗୁରୁଦ୍ୱାର ଡେରା ସାହିବ ଓ

ଗୁରୁଦ୍ୱାର କରତାରପୁର ସାହିବ ସହିତ ଅନ୍ୟାନ୍ୟ ପବିତ୍ର ସ୍ଥାନର ଦର୍ଶନ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande