ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ୍ ର ଓଡ଼ିଆ ଖେଳାଳିଙ୍କୁ ଅଣଦେଖା ଅଭିଯୋଗ
ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ୍ ଅଣ ଓଡିଆ ଖେଳାଳିଙ୍କୁ ଗୁରୁତ୍ୱ ଦେଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଓଡ଼ିଶାର ପ୍ରତିଭାବାନ ଖେଳାଳି ଜିମ୍ନାଷ୍ଟିକ୍ ଦଳ ସହ ଖେଳରୁ ବାଦ୍ ପଡିଛନ୍ତି । ଏଭଳି ଅଭିଯୋଗ କରି ଜିମ୍ନାଷ୍ଟିକ୍ ଖେଳାଳୀ ସୁଭିଦିତା ବାଗଙ୍କ ମା ସସ୍ମିତା ବ
ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ୍ ର ଓଡ଼ିଆ ଖେଳାଳିଙ୍କୁ ଅଣଦେଖା ଅଭିଯୋଗ


ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ୍ ଅଣ ଓଡିଆ ଖେଳାଳିଙ୍କୁ ଗୁରୁତ୍ୱ ଦେଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଓଡ଼ିଶାର ପ୍ରତିଭାବାନ ଖେଳାଳି ଜିମ୍ନାଷ୍ଟିକ୍ ଦଳ ସହ ଖେଳରୁ ବାଦ୍ ପଡିଛନ୍ତି । ଏଭଳି ଅଭିଯୋଗ କରି ଜିମ୍ନାଷ୍ଟିକ୍ ଖେଳାଳୀ ସୁଭିଦିତା ବାଗଙ୍କ ମା ସସ୍ମିତା ବେହୁରା । ଗଣମାଧ୍ୟମ ଆଗରେ ସେ ଅଭିଯୋଗ କରିଛନ୍ତି ସୁଭିଦିତା ବାଗଙ୍କ ବୟସ ୧୨ ବର୍ଷ ଏବଂ ସେ ସବ ଜୁନିୟର କ୍ୟଟାଗୋରିର ଖେଳାଳୀ। ସେ ୨୦୨୪ରେ କୋରାପୁଟ ଜୟପୁରରେ ହୋଇଥିବା ଓଡ଼ିଶା ରାଜ୍ୟସ୍ତରୀୟ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ବ୍ରୋଂଚ ମେଡାଲ ଜିତିଥିଲେ। ହେଲେ ପରବର୍ତି ସମୟରେ ଫାଇନାଲ ଲିଷ୍ଟ ସାର୍ବଜନୀନ ନକରାଇ ଗୋପନୀୟ ଭାବରେ ସୁରଟ ପଠାଯାଇଥିଲା। ପରବର୍ତୀ ସମୟରେ ଲିଷ୍ଟରୁ ନାଁ କଟା ଯାଇଥିଲା। ଏବେ ମଧ୍ୟ ଅନେକ ପ୍ରତିଭାବାନ ଖେଳାଳୀ ମାନଙ୍କ ପ୍ରତି ଅନ୍ୟାୟ କରାଯାଉଛି। କୌଣସି ନିୟମ ନମାନି ଆଇନ ଉଲଂଘନ କରି ଅଣଓଡ଼ିଆ ପିଲାଙ୍କୁ ସ୍ଥାନ ଦିଆଯାଉଥିବା ଅଭିଯୋଗ ହୋଇଛି।ଏହା ସହ ଜିମ୍ନାଷ୍ଟିକ୍ ଆସୋସିଏସନ୍ ସେକ୍ରେଟାରୀ ଅଶୋକ କୁମାର ସାହୁଙ୍କ ଜାଣତରେ ଏହା ହେଉଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ସେ ଜିମ୍ନାଷ୍ଟିକ୍ ସଂଘ ଏବଂ ସରକାର ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉନାହିଁ ବୋଲି ସେ ଅଭଯୋଗ କରିଛନ୍ତି। ଏ ବର୍ଷ ମଧ୍ୟ ସମାନ ଭାବରେ କୌଣସି ନୋଟିସ ନକରି ଜିମ୍ନାଷ୍ଟିକ୍ ପ୍ରତିଯୋଗିତା ପାଇଁ ପିଲାଙ୍କୁ ସିଲେକ୍ସନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande