ଖରିଆର ରୋଡ ଏନଏସି ରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ବାଚନୀ ପ୍ରଚାର
ନୂଆପଡ଼ା /ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଖରିଆର ରୋଡ ଏନ୍ ଏସି ର ୧୬ ଓ ୧୭ ନମ୍ବର ୱାର୍ଡରେ ପଦଯାତ୍ରା କରି ଘରକୁ ଘର ବୁଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଜୟ ଭାଇ ଢୋଲକିଆଙ୍କୁ ଜିତେଇବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି । ଖରିଆର ରୋଡ ଏନଏସ
ଖରିଆର ରୋଡ ଏନଏସି ରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ବାଚନୀ ପ୍ରଚାର


ନୂଆପଡ଼ା /ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଖରିଆର ରୋଡ ଏନ୍ ଏସି ର ୧୬ ଓ ୧୭ ନମ୍ବର ୱାର୍ଡରେ ପଦଯାତ୍ରା କରି ଘରକୁ ଘର ବୁଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଜୟ ଭାଇ ଢୋଲକିଆଙ୍କୁ ଜିତେଇବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି । ଖରିଆର ରୋଡ ଏନଏସିକୁ ଏକ ବିକଶିତ ସହରରେ ଭାବେ ପରିଣତ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସେଥିପାଇଁ ଏନଏସି ବାସୀଙ୍କ ସମର୍ଥନ ସରକାରଙ୍କୁ ଦରକାର ବୋଲି ମନ୍ତ୍ରୀ ମହାପାତ୍ର କହିଛନ୍ତି ।

ନୂଆପଡ଼ା ଜିଲ୍ଲାର ଖରିଆର ଏନଏସିରେ ସବୁ ୱାର୍ଡରେ ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ, ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ଗମନାଗମନ ପାଇଁ ଉତମମାନର ରାସ୍ତା ତିଆରି ପାଇଁ ମୋହନ ସରକାର ସଂକଳ୍ପବଦ୍ଧ ବୋଲି କହିବା ସହ ବିଜେପି ପ୍ରାର୍ଥୀ ଙ୍କୁ ପଦ୍ମଫୁଲ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇ ଆଣିବାକୁ ମନ୍ତ୍ରୀ ଶ୍ରୀ ମହାପାତ୍ର ଏହି ୱାର୍ଡର ଭୋଟର ମାନଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଙ୍କ ସହ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏବଂ ଖରିଆର ରୋଡ଼ ବିଜ୍ଞାପିତ ପରିଷଦ ଅଂଚଳର ପୌରାଧକ୍ଷା ଡ଼ .ସୋନିଆ ଜେନ ମଧ୍ୟ ଘରଘର ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande