
ନୂଆଦିଲ୍ଲୀ, 31 ଅକ୍ଟୋବର (ହି.ସ.)-ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା
ଗାନ୍ଧୀଙ୍କ 41ତମ ପୁଣ୍ୟତିଥିରେ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସଂସଦୀୟ ଦଳ
ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ
ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ତିନିଜଣ ବରିଷ୍ଠ କଂଗ୍ରେସ ନେତା ନୂଆଦିଲ୍ଲୀସ୍ଥ ଇନ୍ଦିରା ଗାନ୍ଧୀ ସ୍ମୃତି ସ୍ଥଳରେ ତାଙ୍କ ପ୍ରତିମୂର୍ତ୍ତିରେ
ପୁଷ୍ପ ଅର୍ପଣ କରିଥିଲେ। ଏହି ଅବସରରେ ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ
ଥିଲେ।
ଏହି ସମୟରେ ରାଷ୍ଟ୍ର ଗଠନରେ ଇନ୍ଦିରା ଗାନ୍ଧୀଙ୍କ ଅବଦାନକୁ ସ୍ମରଣ କରାଯାଇଛି ଏବଂ ତାଙ୍କ
ତ୍ୟାଗକୁ ଦେଶର ଇତିହାସର ଅବିସ୍ମରଣୀୟ ଅଧ୍ୟାୟ ଭାବେ ବର୍ଣ୍ଣନା କରାଗଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା