ନାବାଳକଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ଅଭିଯୋଗ
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନାବାଳକଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଜୀବନରୁ ମାରିଦେବାକୁ ଧମକ ମିଳିଛି । ଭିଡିଓ ଭାଇରାଲ ପରେ ବନ୍ଧା ହେଲେ ୭ ନାବାଳକ ଅଭିଯୁକ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୧୪
ନାବାଳକଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ଅଭିଯୋଗ


ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନାବାଳକଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିଥିବା

ଅଭିଯୋଗ ହୋଇଛି । ଜୀବନରୁ ମାରିଦେବାକୁ ଧମକ ମିଳିଛି । ଭିଡିଓ ଭାଇରାଲ ପରେ ବନ୍ଧା ହେଲେ ୭

ନାବାଳକ ଅଭିଯୁକ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ କରି

ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା । ମାଡ଼ ମାରିବାର ଭିଡିଓ ଭାଇରାଲ ପରେ

ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ନାବାଳକ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ

ହୋଇଛି । ଏଥିରେ ସମ୍ପୃକ୍ତି ଥିବା ଅନ୍ୟମାନେ

ଫେରାର ଅଛନ୍ତି ।

ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗ୍ରାମର ୧୪ ବର୍ଷୀୟ ନାବାଳକଙ୍କୁ ପୂର୍ବ ଶତ୍ରୁତାକୁ

କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏକ ନିକାଞ୍ଚ ସ୍ଥାନକୁ ନେଇ ନିସ୍ତୁକ ମାରପିଟ

କରିଥିଲେ । ପିଲାଟି ଯେତେ କାକୁତି ମିନତି

କରିଥିଲେ ହିଁ ସେମାନେ ତାକୁ ଛାଡି ନଥିଲେ । ଏପରିକି ଘର ଲୋକଙ୍କୁ କହିଲେ ତୋତେ ଜୀବନରୁ

ମାରିଦେବା ପାଇଁ ଧମକ ଦେଇଥିଲେ । ଫଳରେ ନାବାଳକ ଜଣଙ୍କ ଭୟରେ ଏ ବିଷୟରେ ଘର ଲୋକଙ୍କୁ କହିନଥିଲା

। ମାତ୍ର ଏହି ମାଡ ମାରିବା ଘଟଣାର ଭିଡିଓ ସେମାନଙ୍କ ମଧ୍ୟରୁ କେହି ଜଣେ ଉତ୍ତୋଳନ କରିଥିଲା । ଯାହାକି ପରଵର୍ତ୍ତି ସମୟରେ ତାଙ୍କ ମା' ଙ୍କ ନିକଟରେ ପହଞ୍ଚିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande