ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ
ପୁରୀ , 31 ଅକ୍ଟୋବର (ହି.ସ.)- ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଦେଶପ୍ରେମ, ବୀରତ୍ବ,ସାହସ ଓ ବୁଦ୍ଧିମତା ତାଙ୍କୁ ଚୀର ଅମର କରି ରଖିଥିବ ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ପୂର୍ବାହ୍ନରେ ତାଳବଣିଆ ସ୍ପୋର୍ଟ୍ଷ କମ୍ପ୍ଲେକ୍ସ ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ


ପୁରୀ , 31 ଅକ୍ଟୋବର (ହି.ସ.)- ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଦେଶପ୍ରେମ, ବୀରତ୍ବ,ସାହସ ଓ ବୁଦ୍ଧିମତା ତାଙ୍କୁ ଚୀର ଅମର କରି ରଖିଥିବ ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ପୂର୍ବାହ୍ନରେ ତାଳବଣିଆ ସ୍ପୋର୍ଟ୍ଷ କମ୍ପ୍ଲେକ୍ସ ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ଜୟନ୍ତୀ ବା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଏକ ଏକତା ଦୌଡ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡା ପାତ୍ର ସ୍ବାଧୀନତା ଆନ୍ଦୋଳନରେ ଲୌହ ମାନବ ଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ବିଭିନ୍ନ ରାଜା ରାଜୁଡା ଶାସନ କୁ ଅଖଣ୍ଡ ଭାରତ ରେ ଯୋଡିବା ଉଦ୍ୟମ ତାଙ୍କୁ ମହାନ କରିଥିଲା।୫୬୫ ଟି ଏହି ଭଳି ରାଜା ଶାସିତ ଅଞ୍ଚଳ କୁ ସେ ଭାରତ ବର୍ଷ ରେ ମିଶାଇ ଥିଲେ।ତାଙ୍କ ଅବଦାନ କୁ କୃତଜ୍ଞ ଦେଶ ସର୍ବଦା ମନେ ରଖିଥିବ ବୋଲି ସେ କହିଥିଲେ।ପରେ ସାଂସଦ ଡା ପାତ୍ର ପତାକା ଦେଖାଇ ଏହି ଏକତା ଦୌଡ ର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ବିଭିନ୍ନ କ୍ରୀଡା କୋଚ ଓ କ୍ରୀଡାବିତ ମାନେ ଯୋଗ ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande