ଏମଏସଏମଇ ଉଦ୍ୟୋଗୀଙ୍କୁ କିସମ ପରିବର୍ତନ ଫି ଏବଂ ଭଡା ଛାଡ଼
ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଏଣିକି ଓଡ଼ିଶାରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତନ। ଉଦ୍ୟୋଗୀଙ୍କୁ କିସମ ପରିବର୍ତନ ଫି ଏବଂ ଭଡା ଛାଡ଼ ପାଇଁ ରାଜସ୍ୱ ବିଭାଗ ନିଷ୍ପତି ନେଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି
ଏମଏସଏମଇ ଉଦ୍ୟୋଗୀଙ୍କୁ କିସମ ପରିବର୍ତନ ଫି ଏବଂ ଭଡା ଛାଡ଼


ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଏଣିକି ଓଡ଼ିଶାରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତନ। ଉଦ୍ୟୋଗୀଙ୍କୁ କିସମ ପରିବର୍ତନ ଫି ଏବଂ ଭଡା ଛାଡ଼ ପାଇଁ ରାଜସ୍ୱ ବିଭାଗ ନିଷ୍ପତି ନେଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ପୂର୍ବରୁ କିସମ ପରିବର୍ତନ ପାଇଁ ଜମି ବେଂଚ ମାର୍କ ଭ୍ୟାଲୁର ୧ ପ୍ରତିଶତ ଦେବାକୁ ପଡୁଥିଲା। ଆଉ କିସମ ପରିବର୍ତନ ପାଇଁ ଯେତିକି ଫି ଦେବାକୁ ପଡୁଥିଲା ତାର ୧ ପ୍ରତିଶତ ଭଡା ମଧ୍ୟ ଦେବାକୁ ପଡୁଥିଲା। ଏବେ ଏହି ଦୁଇଟି ଯାକ ସରକାର ଛାଡ଼ କରିଛନ୍ତି। ଯେଉଁ କ୍ଷୁଦ୍ର ଲଘୁ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ଥିବେ ଏବଂ ଜିଲ୍ଲା କମିଟି ଅନୁମୋଦିତ ହୋଇଥିବେ ସେମାନେ ଏହି ସୁବିଧା ପାଇପାରିବେ। ସଂରକ୍ଷିତ ଅଂଚଳ, ପ୍ରତିରକ୍ଷା ଜମି,ଉପକୂଳ ନିୟମିକ ଅଂଚଳ, ପ୍ରତ୍ନତାତ୍ୱିକ ଜମି ଯେଉଁଠି ଅନ୍ୟ ଆଇନ ବଳବତର ଅଛି ସେଠି ଏହି ସୁବିଧା ଲାଗୁ ହେବ ନାହିଁ। ଉଦ୍ୟୋଗୀ ମାନେ ଉଦ୍ଦେଶ୍ୟରୁ ଯଦି ବିଚ୍ୟୁତ ହେଲେ ଜମି ଫେରସ୍ଥ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande