
ନୂଆଦିଲ୍ଲୀ, 31 ଅକ୍ଟୋବର (ହି.ସ.)-ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଲୋକ ଓ
ଶିଳ୍ପ ସଂଗଠନମାନଙ୍କୁ ତାର ଦୁଇଟି ଖସଡା ପ୍ରସ୍ତାବ ଉପରେ ମତାମତ ଦେବା ପାଇଁ ଏବେ ନଭେମ୍ବର 7 ପର୍ଯ୍ୟନ୍ତ
ସମୟ ଦେଇଛି। ପୂର୍ବରୁ ପ୍ରସ୍ତାବ ପଠାଇବାର ଶେଷ ତାରିଖ ଅକ୍ଟୋବର 31 ଥିଲା।
ସଂଚାର ମନ୍ତ୍ରାଳୟ ଅନୁସାରେ,
ଟ୍ରାଇ ଅକ୍ଟୋବର 16 ରେ ‘ଟେଲିକମ୍ୟୁନିକେସନ୍
ଟାରିଫ୍ (ବହତ୍ତରତମ ସଂଶୋଧନ) ଆଦେଶ, 2025’
ଏବଂ ‘ଦ ରିପୋର୍ଟିଂ
ସିଷ୍ଟମ୍ ଅନ୍ ଆକାଉଣ୍ଟିଂ ସେପାରେସନ୍ (ସଂଶୋଧନ) ବିନିୟମ,
2025’ ଜାରି କରିଥିଲା। ହିତଧାରୀ
ଓ ଶିଳ୍ପ ସଂଗଠନ ଏହି ପ୍ରସ୍ତାବଗୁଡ଼ିକ ଉପରେ ମତାମତ ଦେବା ପାଇଁ ଅଧିକ ସମୟ ଚାହିଁଥିଲେ,
ଯାହା ପରେ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା