ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଆଦିବାସୀ ସଂପ୍ରଦାୟର ସାମୂହିକ ବିକାଶ ନିମନ୍ତେ, ୨୦ ଲକ୍ଷ କର୍ମଯୋଗୀ ସୃଷ୍ଟି ଯୋଜନା
150th Birth Anniversary of Birsha Munda
ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଆଦିବାସୀ ସଂପ୍ରଦାୟର ସାମୂହିକ ବିକାଶ ନିମନ୍ତେ, ୨୦ ଲକ୍ଷ କର୍ମଯୋଗୀ ସୃଷ୍ଟି ଯୋଜନା


କନ୍ଧମାଳ , ୪ ଅକ୍ଟୋବର (ହି.ସ.)

ଆଦି କର୍ମଯୋଗୀ ଅଭିଯାନ ଆଦିବାସୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କର ଏକ ଯୁଗାନ୍ତକାରୀ ପ୍ରୟାସ । ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଆଦିବାସୀ ସଂପ୍ରଦାୟର ସାମୂହିକ ବିକାଶ ନିମନ୍ତେ ସାରା ଦେଶରେ ୩୦ ରାଜ୍ୟରେ ୫୫୦ ଜିଲ୍ଲା , ୩୦୦୦ ବ୍ଲକ ରେ ୧ ଲକ୍ଷ ଗ୍ରାମରେ ୨୦ ଲକ୍ଷ ଆଦି କର୍ମଯୋଗୀ ସୃଷ୍ଟି କରାଯାଇ ଆଦିବାସୀମାନଙ୍କର ଉନ୍ନତି କରିବା ଏହି ଯୋଜନା କାର୍ଯ୍ୟ କରିବା ଲକ୍ଷ୍ୟ ରଖାଯାଇଛି ।

କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକରେ ସମୁଦାୟ ୩୯୫ ଗ୍ରାମରେ ଏହି ଅଭିଯାନ ଚାଲୁ ଅଛି। ଏଥିପାଇଁ ଜିଲ୍ଲାରେ ସମୁଦାୟ ୩୯୫ ଗ୍ରାମରେ ଆଦି ସେବା କେନ୍ଦ୍ର, ୧୨୨୩ ଆଦି ସହଯୋଗୀ, ୨୬୪୭ ଆଦି ସାଥି ଓ ୧୦ ଗୋଟି ସମାଜ ସେବୀ ଅନୁଷ୍ଠାନ ଚୟନ କରଯାଇଛି । ସେବା କେନ୍ଦ୍ରରେ ସମସ୍ତେ ଏକାଠି ହୋଇ ଗ୍ରାମର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ପରିକଳ୍ପନା ପତ୍ର ପ୍ରସ୍ତୁତ କରିଛନ୍ତି । ପରିକଳ୍ପନା ପତ୍ର ଗୁଡିକ ସେପ୍ଟେମ୍ବର ୧୭ ତରିଖ ଠାରୁ ସେପ୍ଟେମ୍ବର ୩୦ ତାରିଖରେ ଶେଷ କରି ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମ ସଭାରେ ପାରିତ ହୋଇଯାଇଛି ।

ଆଦି କର୍ମଯୋଗୀ ଅଭିଯାନରେ “ସମାବେଶୀ ଶାସନ “ କର୍ମଚାରୀଙ୍କୁ ଆଦିବାସୀ ସମସ୍ୟା, ଆବଶ୍ୟକତା ଓ ଅଧିକାର ସମ୍ପର୍କରେ ସଜାଗ କରିବ, ସରକାରୀ ଯୋଜନାଗୁଡିକୁ ଲୋକ-କୈନ୍ଦ୍ରିକ ଭାବରେ ପ୍ରୟୋଗ ହେବ। ସାଧାରଣତଃ ସରକାରୀ ଯୋଜନା ଗୁଡିକ ଉପରିସ୍ଥ ପଦଧିକାରୀଙ୍କୁ ନେଇ ତିଆରି ହୋଇଥାଏ । କିନ୍ତୁ ଆଦି କର୍ମଯୋଗୀ ଅଭିୟାନରେ ନିଜ ଗ୍ରାମର ଆବଶ୍ୟକତା ଅନୁଯାଇ ନିଜ ଗ୍ରାମରେ ବସି ନିଜ ଗ୍ରାମର ବିକାଶ ଖସଡା ନିଜେ ପ୍ରସ୍ତୁତ ହୋଇଅଛି।

ଜନ ଭାଗିଦାରୀ ଆଧାରରେ ସେବା, ସଂକଳ୍ପ ଓ ସମର୍ପଣ ଭାବନା ନେ଼ଇ ଜନଜାତିଙ୍କ ସାମୂହିକ ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ଏହି ଅଭିଯାନରେ ନିଜକୁ ସାମିଲ କରି ସରକାରୀ ଯୋଜନା ଗୁଡିକ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ପହଞ୍ଚାଇ ଏହି ଅଭିଯାନକୁ ସମ୍ପୂର୍ଣ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ନିବେଦନ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande