ଭସାଣି ଯାତ୍ରାରେ ବିଦାୟ ନେଲେ ମା ଭୁବନେଶ୍ଵରୀ
ଭସାଣି ଯାତ୍ରାରେ ବିଦାୟ ନେଲେ ମାଁ ଭୁବନେଶ୍ୱରୀ
ଭସାଣି ଯାତ୍ରାରେ ବିଦାୟ ନେଲେ ମାଁ ଭୁବନେଶ୍ୱରୀ


ଭସାଣି ଯାତ୍ରାରେ ବିଦାୟ ନେଲେ ମାଁ ଭୁବନେଶ୍ୱରୀ


ଭସାଣି ଯାତ୍ରାରେ ବିଦାୟ ନେଲେ ମାଁ ଭୁବନେଶ୍ୱରୀ


ଭସାଣି ଯାତ୍ରାରେ ବିଦାୟ ନେଲେ ମାଁ ଭୁବନେଶ୍ୱରୀ


ଭସାଣି ଯାତ୍ରାରେ ବିଦାୟ ନେଲେ ମାଁ ଭୁବନେଶ୍ୱରୀ


ସମ୍ବଲପୁର, ୪ ଅକ୍ଟୋବର (ହି.ସ.)- ସମଗ୍ର ସମ୍ବଲପୁର ସହରରେ ଶାରଦୀୟ ପୂଜାରେ ମୁଖ୍ୟ ଆକର୍ଷଣ ପାଲଟିଥିବା ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି ଚଳିତ ବର୍ଷ ପାଳନ କରିଛି ୫୭ତମ ବାର୍ଷିକୋତ୍ସବ l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୁମଧାମ୍ ରେ ଅନୁଷ୍ଠିତ ହୋଇଯାଇଛି ଶାରଦୀୟ ଦୁର୍ଗା ପୂଜା l ଶାନ୍ତିରୂପା ମାଁ ଭୁବନେଶ୍ୱରୀଙ୍କୁ ସୁଦୃଶ୍ୟ ମଣ୍ଡପରେ ପୂଜାର୍ଚ୍ଚନା ପରେ ଗତକାଲି ରାତ୍ରିରେ ବିଶାଳ ଭସାଣି ଯାତ୍ରାରେ ନେଇ ପାରମ୍ପାରିକ ଧୋବୀଜୋର ନଈରେ ପାର୍ଶ୍ୱ ଦେବଦେବୀଙ୍କ ସହ ମାଁ'ଙ୍କ ମୂର୍ତ୍ତି ବିସର୍ଜନ ହୋଇଯାଇଛି। ନବମୀ ଦିନ ବ୍ରାହ୍ମଣ ମାନଙ୍କ ଦ୍ୱାରା ଚଣ୍ଡୀହୋମ ସମ୍ପନ୍ନ କରାଯାଇଥିବା ବେଳେ ଦଶମୀ ଦିନ ମାଁ ଙ୍କର ମେଢ଼ରେ ମହାବିଜୟା ଦଶମୀ ଓ ଅପରାଜିତା ପୂଜା କରାଯାଇଥିଲା l ଗତକାଲି ଭସାଣି ଶୋଭାଯାତ୍ରାରେ ପାରମ୍ପାରିକ ଶଙ୍ଖ, ଘଣ୍ଟ, ଘଣ୍ଟା, ସମ୍ପରଦା, ଦୂଲଦୁଲି, ଆଦିବାସୀ ନୃତ୍ୟ ଓ ଡିଜେ ପ୍ରଭୃତି ସାମିଲ କରାଯାଇଥିଲା l ଗୋବିନ୍ଦତୋଳା ମଣ୍ଡପରୁ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଏହି ଶୋଭାଯାତ୍ରା ବାହାରି ଧନୁପାଲି ଛକ ଯାଏ ଯାଇ ପୁନର୍ବାର ଗୋବିନ୍ଦତୋଳା ଛକକୁ ଫେରିଥିଲା । ସେଠାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ହରଡ଼ଜୋର ଭସାଣି ଘାଟରେ ପହଞ୍ଚିବା ପରେ ସେଠାରେ ଆନନ୍ଦ ଉତ୍ସାହର ସହ ମାଁ' ଙ୍କର ଭସାଣି ନୀତି ସମ୍ପନ୍ନ କରାଯାଇଥିଲା l ଗୋବିନ୍ଦତୋଳା ମେଢର ଭସାଣି ଯାତ୍ରାରେ ଯୁବକ ଯୁବତୀ ଠୁଁ ଆରମ୍ଭ କରି ବହୁ ସଂଖ୍ୟାରେ ବରିଷ୍ଠ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ, ଯାହା ମାଁ ଭୁବନେଶ୍ୱରୀଙ୍କର ବିଦାୟ ଯାତ୍ରାକୁ ଆହୁରି ଦ୍ବିଗୁଣିତ କରିଥିଲା l ଏହି ପରିବେଶରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ବେଶ୍ ଭାବବିହ୍ୱଳ ହୋଇ ଉଠିଥିବା ଦେଖିବାକୁ ମିଳିଥିଲା l ଭସାଣି ଯାତ୍ରା ଗୋବିନ୍ଦତୋଳାରୁ ଧନୁପାଲି ଛକ ଯାଏ ଲମ୍ବିଥିବା ରାସ୍ତାର ଦୁଇ ପାର୍ଶ୍ୱରେ ମାଁ ଭୁବନେଶ୍ୱରୀ ଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ସଂଖ୍ୟାରେ ଲୋକଙ୍କର ଭିଡ଼ ଜମିଥିଲା।

ଏହି ଅବସରରେ ଧନୁପାଲି ଦୁର୍ଗାପୂଜା କମିଟି ପକ୍ଷରୁ ଗୋବିନ୍ଦତୋଳା ଦୁର୍ଗାପୂଜା କମିଟିର ସଦସ୍ୟ ତଥା ବରିଷ୍ଠ ବ୍ୟକ୍ତିଙ୍କୁ ସ୍ୱାଗତ କରାଯାଇଥିଲା ବୋଲି ଗୋବିନ୍ଦତୋଳା ଦୁର୍ଗାପୂଜା କମିଟିର ଗଣମାଧ୍ୟମ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande