ଐତିହାସିକ ପାରମ୍ପରିକ ଦଶହରା ବଦଳ ଯାତ୍ରା ଶେଷ : ଅଶ୍ରୁଳ ନୟନରେ ମା ଦୁର୍ଗାଙ୍କୁ ବିଦାୟ ଦେଲେ ଭୁବନ ବାସୀ
ଭୁବନ, ୪ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନରେ ଐତିହାସିକ ପାରମ୍ପରିକ ତଥା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବା ବେଳେ ମା ଦୁର୍ଗାଙ୍କୁ ଅଶ୍ରୁଳ ନୟନରେ ବିଦାୟ ଦେଇ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା ବର୍ଷକୁ ଅପେକ୍ଷା କରିଛନ୍ତି ଭୁବନବାସୀ। ବିଜୟା ଦଶମୀ ସନ୍ଧ୍ୟା
ଐତିହାସିକ ପାରମ୍ପରିକ ଦଶହରା ବଦଳ ଯାତ୍ରା ଶେଷ-୨


ଐତିହାସିକ ପାରମ୍ପରିକ ଦଶହରା ବଦଳ ଯାତ୍ରା ଶେଷ


ଭୁବନ, ୪ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନରେ ଐତିହାସିକ ପାରମ୍ପରିକ ତଥା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବା ବେଳେ ମା ଦୁର୍ଗାଙ୍କୁ ଅଶ୍ରୁଳ ନୟନରେ ବିଦାୟ ଦେଇ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା ବର୍ଷକୁ ଅପେକ୍ଷା କରିଛନ୍ତି ଭୁବନବାସୀ। ବିଜୟା ଦଶମୀ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହେଇଥିଲା ଐତିହାସିକ ତଥା ପାରମ୍ପରିକ ବଦଳ ଯାତ୍ରା। ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଳଦ ଯାତ୍ରା ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବଳଦ ଯାତ୍ରା ମୁଖ୍ୟ ପରିଚାଳକ ଦିଲ୍ଲୀପ କୁମାର ଦାସ, ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ଏନ୍ ଏ ସି ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ,ଏସ ଡି ପି ଓ ରଜନୀ କାନ୍ତ ସାମଲ, ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକ ଯୋଗଦେଇଥିଲେ । ଅତିଥିଙ୍କ ସହ ଶାନ୍ତି କମିଟି ର ସମସ୍ତ ସଭ୍ୟ ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବଳଦ ଯାତ୍ରାର ସ୍ରଷ୍ଟା ଥୋରିଆ ସମାଜ ତରଫରୁ ରୀତିନୀତି ଅନୁଯାୟୀ ବଳଦ ଯାତ୍ରା ଅନୁକୂଳ କରିଥିଲା । ସମୁଦାୟ ୩୧ଟି ବଳଦ ଓ ଦୁଇଟି ଷଣ୍ଢ ଗୁଜୁରୀ ହାଟରୁ ଯାତ୍ରା ଆରମ୍ଭ କରି ସହର ପରିକ୍ରମା କରିଥିଲେ। ଏକାଦଶୀ ସନ୍ଧ୍ୟାରେ ପାଲା ମଣ୍ଡପ ଠାରେ ଚିତାକର୍ଷକ ରାବଣ ପୋଡ଼ି ଓ ଆତସବାଜି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ନଗରପାଳ ଶ୍ରୀମତୀ ମାନିନୀ ସାହୁ, ବଳଦ ଯାତ୍ରା ମୁଖ୍ୟ ଦିଲ୍ଲୀପ ଦାସ, ନାରୀନେତ୍ରୀ ଶ୍ରୀମତୀ ସାଗରିକା ମିଶ୍ର, ବିଜେପି ନେତା ଅରୁଣ ନାୟକ, ଏସ ଡି ପି ଓ ରଜନୀ କାନ୍ତ ସାମଲ ଯୋଗଦେଇଥିଲ। ରାତ୍ର ୮ଟା ସମୟରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରାର ଅନ୍ତିମ ପର୍ବ ତଥା ମା ଦୁର୍ଗା ଙ୍କ ଭସାଣି ଶୋଭାଯାତ୍ରା। ଏଥିରେ ସମୁଦାୟ ୩୦ ଟି ବଳଦ,୨ ଟି ଷଣ୍ଢ,୧୧ ଟି ଦୁର୍ଗା ମେଢ଼ ଓ ୨ ଟି ହର ପାର୍ବତୀ ମେଢ଼ ସାମିଲ ହୋଇଥିଲେ। ପାରମ୍ପରିକ ବାଦ୍ୟ, ଲୋକ ନୃତ୍ୟ ଓ ଡିଜେ ସାଉଣ୍ଡ ର ତାଳେ ତାଳେ ଯୁବ ଗୋଷ୍ଠୀ ମତୁଆଲା ନୃତ୍ୟ କରିଥିଲେ । ପୂର୍ବାହ୍ନ ୧୦ଟା ସୁଦ୍ଧା ସମସ୍ତ ମେଢ଼ ନୂଆ ବଜାରରେ ପହଞ୍ଚିବା ପରେ ମେଲଣ ଅନୁଷ୍ଠିତ ହୋଇଥିଲା । ହରିବୋଲ ହୁଳହୁଳି ଘଣ୍ଟ ଘଣ୍ଟା ଧ୍ୱନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇପଡ଼ିଥିଲା । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ/ ଦର୍ଶକ ଅଶ୍ରୁଳ ନୟନ ରେ ମା ଦୂର୍ଗା ଙ୍କ ବିଦାୟ ଦେଇ ଅପେକ୍ଷା କରିଥିଲେ ଆସନ୍ତା ବର୍ଷକୁ । କାମାକ୍ଷା ନଗର ଏସ ଡି ପି ଓ ଙ୍କ ତତ୍ତ୍ଵାବଧାନରେ ୫୦ ରୁ ଉର୍ଦ୍ଧ୍ବ ପୋଲିସ ଅଫିସର, ୫ ପ୍ଲାଟୁନ ଫୋର୍ସ ଓ ଶାନ୍ତି କମିଟି ସଦସ୍ୟ ମାନେ ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ପ୍ରଥମ ଥର ପାଇଁ ଶାନ୍ତି କମିଟି ର ନିଷ୍ପତ୍ତି ଅନୁଯାୟୀ ପ୍ରଶାସନ ସକାଳ ୭ ଘଟିକା ସମୟରେ ସାଉଣ୍ଡ ବନ୍ଦ କରି ଦେଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande