ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷାକାରି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ
ବାରିପଦା, ୦୪ ଅକ୍ଟୋବର(ହି.ସ.) – ଚଳିତ ବର୍ଷ ‘ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଦିବସ’ ୨୯ ଅକ୍ଟୋବର ୨୦୨୫ ତାରିଖରେ ପାଳିତ ହେବାକୁ ଯାଉଛି। ଏହି ଉପଲକ୍ଷେ ଏବର୍ଷର ବିଷୟବସ୍ତୁ ରହିଛି ଡୁବିବା, ବିଜୁଳି ଆଘାତ ଓ ସାପ କାମୁଡ଼ାରୁ ଜୀବନ ହାନି ରୋକିବା। ଏଥି ପାଇଁ, ନଭେମ୍ବର ୨୦୨୪ ରୁ ୧୦ ଅକ୍ଟୋବର ୨୦୨୫
ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷାକାରି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ


ବାରିପଦା, ୦୪ ଅକ୍ଟୋବର(ହି.ସ.) – ଚଳିତ ବର୍ଷ ‘ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଦିବସ’ ୨୯ ଅକ୍ଟୋବର ୨୦୨୫ ତାରିଖରେ ପାଳିତ ହେବାକୁ ଯାଉଛି। ଏହି ଉପଲକ୍ଷେ ଏବର୍ଷର ବିଷୟବସ୍ତୁ ରହିଛି ଡୁବିବା, ବିଜୁଳି ଆଘାତ ଓ ସାପ କାମୁଡ଼ାରୁ ଜୀବନ ହାନି ରୋକିବା।

ଏଥି ପାଇଁ, ନଭେମ୍ବର ୨୦୨୪ ରୁ ୧୦ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଘଟିଥିବା ବିପର୍ଯ୍ୟୟ ସମୟରେ ସାହସିକତା ସହ କାର୍ଯ୍ୟକରି ଅନ୍ୟର ଜୀବନ ବଂଚାଇଥିବା ଜୀବନ ରକ୍ଷାକାରୀଙ୍କୁ ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ। ଏଥିନିମନ୍ତେ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ, ସ୍ୱେଛାସେବୀ, ଛାତ୍ର ଛାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି କି ଏ ସମ୍ବନ୍ଧୀୟ ନିଜ ନିଜର ଉପଲବ୍ଧିର ବିସ୍ତୃତ ତଥ୍ୟ ଜିଲ୍ଲା ଜରୁରୀ କାର୍ଯ୍ୟାଳୟର ଡିପିଓଙ୍କ ସହିତ ୮୯୧୭୫୮୭୮୩୬ ମୋବାଇଲ ନମ୍ବରରେ ଯୋଗାଯୋଗ କରି ପ୍ରଦାନ କରିପାରିବେ। ତଦନୁସାରେ ସେମାନଙ୍କ ନାମାଙ୍କନ ପତ୍ର ରାଜ୍ୟ କାର୍ଯ୍ୟାଳୟକୁ ପ୍ରେରଣ କରାଯିବ ଏବଂ ଉକ୍ତ ବ୍ୟକ୍ତିବିଶେଷଙ୍କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande