ବିଜେଡିର ଆନ୍ଦୋଳନ ଚୋର ମାଚାଏ ସୋର - ବିଜେପି
ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ବିଜେଡିର ଆନ୍ଦୋଳନ ଚୋର ମାଚାଏ ସୋର ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଅତୀତରେ ଯାହାର ସରକାର ଥିଲା ନବୀନ ପଟ୍ଟନାୟକ ତାର ମୁଖ୍ୟ ଥିଲେ । ତାଙ୍କର ଅଧିକାରୀମାନେ ତୃତୀୟ ମହଲାରୁ ସୁପାରୀ ନେଇ ସାର୍ଟଫିକେଟ ବିକ୍ରି କରିଛନ୍
ବିଜେଡିର ଆନ୍ଦୋଳନ ଚୋର ମାଚାଏ ସୋର - ବିଜେପି


ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ବିଜେଡିର ଆନ୍ଦୋଳନ ଚୋର ମାଚାଏ ସୋର ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଅତୀତରେ ଯାହାର ସରକାର ଥିଲା ନବୀନ ପଟ୍ଟନାୟକ ତାର ମୁଖ୍ୟ ଥିଲେ । ତାଙ୍କର ଅଧିକାରୀମାନେ ତୃତୀୟ ମହଲାରୁ ସୁପାରୀ ନେଇ ସାର୍ଟଫିକେଟ ବିକ୍ରି କରିଛନ୍ତି । ଆଉ ଯେଉଁ ମାନେ ଚାକିରୀ ବିକ୍ରି କରିଥିଲେ ସେମାନେ ଆଜି କହୁଛନ୍ତି ଆମେ ନ୍ୟାୟ ଦେବୁ । ସେମାନେ ତିଆରି କରିଥିବା ବ୍ୟବସ୍ଥାକୁ ଧୂଳିସାତ କରି ଯୁବ ବର୍ଗଙ୍କୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାମ କରୁଛନ୍ତି । ଏତେ ବଡ଼ ଅର୍ଗାନାଇଜଡ୍ କ୍ରାଇମ୍ କୁ ଓଡିଶା ପୋଲିସ ଧରିବା ସରକାରଙ୍କ ସଫଳତା । କାହାକୁ ବି କ୍ରାଇମବ୍ରାଂଚ ଛାଡିବ ନାହିଁ । ଏ ବିଜେଡି ବେଳର କ୍ରାଇମବ୍ରାଂଚ ନୁହେଁ । ବିଜେଡିର ଆନ୍ଦୋଳନ ଟ୍ରିକ୍ ପୁରୁଣା । ଯେଉଁମାନେ ଡକାୟତି କରିଥାନ୍ତି ସେମାନେ ବି ସେଇ ଆନ୍ଦୋଳନରେ ବୁଲୁଥାନ୍ତି । ଏ ରାକେଟ ୨୪ ବର୍ଷ ଧରି ଚାଲିଥିଲା, ମଞ୍ଜି ବହୁତ ତଳେ ଅଛି । ପାତାଳରୁ ବି ମଞ୍ଜି ବାହାର କରିବୁ । ଦୋଷୀ ଯିଏ ବି ହେଉ ଯେଉଁ ପଦବୀରେ ଥାଉ ଜେଲ ଯିବ । ବିଜେଡି କଥାରେ ତଦନ୍ତ ଯିବନି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande