ଚାନ୍ଦବାଲିରେ ପୋଲିସ ଓ ଅବକାରୀ ବିଭାଗ ଆକ୍ସନ ମୁଡ଼ରେ, ଗୋଟିଏ ମାସରେ ୬୬ରୁ ଅଧିକ ଚୋରା ମଦ ବେପାରୀ ଓ ଧଳା ଜହର ବେପାରୀ ଗିରଫ
ଭଦ୍ରକ, ୪ ଅକ୍ଟୋବର (ହି.ସ.) - ଚାନ୍ଦବାଲି ଅଂଚଳରେ ଦୀର୍ଘଦିନ ଧରି ଚୋରା ମଦ ଓ ଧଳା ଜହର ବେପାରୀ ମାନଙ୍କ ପାଇଁ ଚାନ୍ଦବାଲି ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ର ମୁଣ୍ଡ ବିନ୍ଧାର କାରଣ ସାଜିଥିଲା। ସାଧାରଣ ଲୋକଙ୍କୁ ସସ୍ତାରେ ମିଳୁଥିବା ଏହି ମାରାତ୍ମକ ଧଳା ଜହର ଚାନ୍ଦବାଲି ସମସ୍ତ ଗ୍ରାମାଂଚଳ ମାନଙ୍କର
CHANDBALI POLICE ACTION MOOD RE


ଭଦ୍ରକ, ୪ ଅକ୍ଟୋବର (ହି.ସ.) - ଚାନ୍ଦବାଲି ଅଂଚଳରେ ଦୀର୍ଘଦିନ ଧରି ଚୋରା ମଦ ଓ ଧଳା ଜହର ବେପାରୀ ମାନଙ୍କ ପାଇଁ ଚାନ୍ଦବାଲି ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ର ମୁଣ୍ଡ ବିନ୍ଧାର କାରଣ ସାଜିଥିଲା। ସାଧାରଣ ଲୋକଙ୍କୁ ସସ୍ତାରେ ମିଳୁଥିବା ଏହି ମାରାତ୍ମକ ଧଳା ଜହର ଚାନ୍ଦବାଲି ସମସ୍ତ ଗ୍ରାମାଂଚଳ ମାନଙ୍କରେ ତାର କାୟା ବିସ୍ତାର କରିଥିବା ବେଳେ, ଚାନ୍ଦବାଲି ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ନିଜର କାୟା ବିସ୍ତାର କରୁଥିଲେ ଏହି ଧଳା ଜହର ବେପାରୀ ସାଙ୍ଗକୁ ଚୋରା ମଦ ବେପାରୀ। ଏବେ ଆକ୍ସନ ମୋଡ଼ରେ ଚାନ୍ଦବାଲି ଅବକାରୀ ବିଭାଗ ସାଙ୍ଗକୁ ସାନୀୟ ପୋଲିସ। ଆଜିର ଯୁବପିଢ଼ି ମାନେ ବିଭିନ୍ନ ନିଶା କବଳରେ ପଡି ଚୋରି ଡକାୟତି ଜୀବନ ନେବାକୁ ମଧ୍ୟ୍ୟ ପଛାଉ ନାହାନ୍ତି। ଏହାକୁ ନଜରରେ ରଖି, ଚାନ୍ଦବାଲି ପୋଲିସ ଓ ଅବକାରୀ ବିଭାଗ ସମନ୍ୱୟ କରି ବିଶେଷ ଅଭିଯାନ ଆରମ୍ଭ କରିଥିଲେ। ଗୁପ୍ତ ସୂଚନାର ଆଧାରରେ ଦିନରେ ଓ ରାତିରେ ଛାପା, ସଡ଼କରେ ଗାଡ଼ି ତଲାଶୀ କରାଯାଇଥିଲା। ୬୬ରୁ ଅଧିକ ବେପାରୀଙ୍କ ଗିରଫ ସାଙ୍ଗକୁ ଅବକାରୀ ବିଭାଗ ପକ୍ଷରୁ ୭୪ଗ୍ରାମ ଧଳା ଜହର ଜବଦ କରିବା ସହିତ ଆସାମୀ ମାନଙ୍କୁ ଗିରଫ କରାଯାଇଛି, ଧଳା ଜହର ର ନିମାନିକ ମୂଲ୍ୟ ୮ ଲକ୍ଷ୍ୟ ଟଙ୍କା ରୁ ଅଧିକ ହେବ, ଅନ୍ୟପଟେ ଅବକାରୀ ବିଭାଗ ଓ ଚାନ୍ଦବାଲି ପୋଲିସ ଗୋଟିଏ ମାସରେ ୫୬୦ରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବଦ କରିବା ସହିତ ୬୬ ଜଣଙ୍କୁ ଗିରଫ କରାଯାଇଥିବା ଦେଖିବାକୁ ମିଳିଛି।ଗୋଟିଏ ମାସରେ ହିଁ ୬୬ରୁ ଅଧିକ ଚୋରା ମଦ ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି କାନୁନ ରକ୍ଷା ବଳ। ଏଥିରେ କିଛି ପୁନରାବୃତି ଅଭିଯୁକ୍ତ ମଧ୍ୟ ରହିଛନ୍ତି, ଯେମାନେ ଆଗରୁ ମଧ୍ୟ ଏହି ଅପରାଧରେ ଜଡିତ ଥିଲେ।ତା’ଛଡା,ଅବକାରୀ ବିଭାଗ ହାତକଡିରେ ପଡ଼ିଛି କୁଖ୍ୟାତ ଧଳା ଜହର ବେପାରୀ। ସେଥିରୁ ୭୪ଗ୍ରାମ ପରିମାଣର ବ୍ରାଉନ ସୁଗାର ଓ କେତେକ ଆଧୁନିକ ସାଧନସାମଗ୍ରୀ ଜବତ ହୋଇଛି। ଅବକାରୀ ବିଭାଗର ଏକ ଅଧିକାରୀ ସନ୍ଦୀପ ପାଢ଼ୀ କହିଛନ୍ତି “ଗତ ଗୋଟିଏ ମାସରେ ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗ ୬୬ରୁ ଅଧିକ ବେପାରୀ ମାନଙ୍କୁ ଗିରଫ କରାଗଲା। ଏହି ଅଭିଯାନ ଆଗାମୀଦିନରେ ଆହୁରି ଜୋରଦାର ହେବ।” ଚାନ୍ଦବାଲି ପୋଲିସ ପକ୍ଷରୁ ମଧ୍ୟ ଜଣାଯାଇଛି। ସାଧାରଣ ଲୋକଙ୍କ ସହଯୋଗରେ ଏହି ଚକ୍ରକୁ ଚିରକାଳ ପାଇଁ ଭାଙ୍ଗିବାରେ ପୋଲିସ ପ୍ରତିବଦ। ଜିଲ୍ଲା ଅବକାରୀ ସୁପାରିଟେଂଟ ନରୋତମଃ ମିଶ୍ରଙ୍କ ନିର୍ଦେଶ କ୍ରମେ ଚାନ୍ଦବାଲି ଅବକାରୀ ଅଧିକାରି କ୍ଟସମ ସନ୍ଦୀପ ପାଢ଼ୀ,ଉମେଶ କୁମାର ମହଲା, ରାଜଲଷ୍ମୀ ଦତ, ଅନବଦତ୍ୟ ବାରିକ ମିଳିତ ଉଦ୍ୟମରେ ଏହା ସଫଳ ହୋଇଛି।ଚୋରା ମଦ ଓ ଧଳା ଜହରରେ ଯୁବପିଢ଼ି ନଷ୍ଟ ହେଉଥିଲା। ଏଭଳି କାର୍ଯ୍ୟ ପାଇଁ ଚାନ୍ଦବାଲି ଥାନା ଅଧିକାରୀ ପରେଶ ମିହାନ୍ତି ଓ ଚାନ୍ଦବାଲି ଅବକାରୀ ଅଧିକାରୀ ସନ୍ଦୀପ ପାଢ଼ୀଙ୍କ ପାଇଁ ଆମେ ଆନନ୍ଦିତ। ପ୍ରଶାସନ ଏହିପରି ଅଭିଯାନ ଜାରି ରଖୁ।ଚାନ୍ଦବାଲିରେ ଚୋରା ମଦ ଓ ଧଳା ଜହର ବ୍ୟବସାୟକୁ ସମୂଳେ ଉଜାଡ଼ିବାକୁ ପୋଲିସ ଓ ଅବକାରୀ ବିଭାଗ ଗୁରୁତ୍ୱ ସହିତ କାର୍ଯ୍ୟ କରୁଛନ୍ତି। ଗୋଟିଏ ମାସରେ ୬୬ରୁ ଅଧିକ ଗିରଫ ସାଧାରଣ ଲୋକଙ୍କୁ ଆଶାଦାୟୀ କରିଛି। କିନ୍ତୁ, ଏହି ଅପରାଧୀୟ ଚକ୍ରର ମୁଖ୍ୟ ମାଷ୍ଟରମାଇଣ୍ଡ କିଏ, ସେଥିନେଇ ପ୍ରଶ୍ନ ଏବେବି ଅସମାହିତ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande