ଚମ୍ପୁଆ ଉପ ଡାକଘରୁ ଚୋରି : ତଦନ୍ତ ଜାରି
ଚମ୍ପୁଆ,, 4 ଅକ୍ଟୋବର (ହି.ସ.) ଗତ ରାତି ଚମ୍ପୁଆ ଉପ ଡାକଘରୁ ଚୋରି ହୋଇଥିବା ନେଇ ଚମ୍ପୁଆ ଥାନା ରେ ଅଭିଯୋଗ ହୋଇଛି । ଆଜି ସକାଳେ ଡାକ ଘର କର୍ମଚାରୀ ମାନେ ଡାକ ଘରର ପଛ ପଟ କବାଟ ର ତାଲା ଭଙ୍ଗା ହୋଇଥିବା ନେଇ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ କର୍ମଚାରୀ ମାନେ ସଙ୍ଗେ ସଙ୍ଗେ ପୋଷ୍ଟ ମାଷ୍ଟରଙ୍କୁ
ଚମ୍ପୁଆ ଉପ ଡାକଘରୁ ଚୋରି : ତଦନ୍ତ ଜାରି


ଚମ୍ପୁଆ,, 4 ଅକ୍ଟୋବର (ହି.ସ.) ଗତ ରାତି ଚମ୍ପୁଆ ଉପ ଡାକଘରୁ ଚୋରି ହୋଇଥିବା ନେଇ ଚମ୍ପୁଆ ଥାନା ରେ ଅଭିଯୋଗ ହୋଇଛି । ଆଜି ସକାଳେ ଡାକ ଘର କର୍ମଚାରୀ ମାନେ ଡାକ ଘରର ପଛ ପଟ କବାଟ ର ତାଲା ଭଙ୍ଗା ହୋଇଥିବା ନେଇ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ କର୍ମଚାରୀ ମାନେ ସଙ୍ଗେ ସଙ୍ଗେ ପୋଷ୍ଟ ମାଷ୍ଟରଙ୍କୁ ଜଣାଇଥିଲେ । ପୋଷ୍ଟ ମାଷ୍ଟର ତପସ୍ଵିନୀ ପାତ୍ର ଡାକଘରେ ପହଞ୍ଚିବା ପରେ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ । ଦୁର୍ବୃତ୍ତ ମାନେ ଡାକ ଘର ପଛ ପଟ କବାଟ ତାଲା ଭାଙ୍ଗି ଭିତରେ ପଶି ଆଲମାରୀ ଓ ପୋଷ୍ଟ ମାଷ୍ଟରଙ୍କ ବାକ୍ସ ଭାଙ୍ଗି ନଗଦ ଟଙ୍କା ଚୋରୀ କରିବା ସହ ଡାକଘର ଭିତର ଟ୍ରେଜେରୀ ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ। ତେବେ ଦୁର୍ବୃତ୍ତ ମାନେ ଟ୍ରେଜେରୀ ଭାଙ୍ଗିବାରେ ବିଫଳ ହୋଇଥିବା ବେଳେ ଡାକଘର ର ସିସିଟିଭି ର ହାର୍ଡଡିସ୍କ ଟିକୁ ନେଇଯାଇଥିବା ଜଣାପଡିଛି । ଖବର ପାଇ ଚମ୍ପୁଆ ପୁଲିସ ଡାକଘରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତା ରେ ତଦନ୍ତ ଆରମ୍ଭ କରିଛି । ତେବେ ଡାକଘର ର ସୁରକ୍ଷା ନେଇ ବିଭାଗୀୟ ଅବହେଳା ଦୃଷ୍ଟିଗୋଚର ହୋଇଛି । ଡାକଘର ଭିତରେ ବିଭିନ୍ନ ମୂଲ୍ୟବାନ ବୈଦ୍ୟୁତିକ ଉପକରଣ ରହିବା ସହ ବିଭିନ୍ନ ସମୟରେ ନଗଦ ଟଙ୍କା ରଖାଯାଉଥିବା ବେଳେ କାର୍ଯ୍ୟାଳୟ ର ସୁରକ୍ଷା ପାଇଁ ବିଭାଗ ଆଖି ବୁଜି ଦେଇଛି । ସୁରକ୍ଷା ପାଇଁ ବିଭାଗ ସିସିଟିଭି କୁ ଭରସା କରିଛି। କାର୍ଯ୍ୟାଳୟ ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ହେଉଥିବା ବେଳେ ପଛପଟ କବାଟ ର ବ୍ୟବହାର ପାଇଁ ଏଭଳି ହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande